ETV Bharat / bharat

24 ଘଣ୍ଟାରେ କର୍ଣ୍ଣାଟକରେ 44 ନୂଆ ମାମଲା

କର୍ଣ୍ଣାଟକରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 13 ଛୁଇଁଛି । ଗତ 24 ଘଣ୍ଟାରେ କୌଣସି ମୃତ୍ୟୁ ହୋଇନଥିବା ସରକାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

24 ଘଣ୍ଟାରେ କର୍ଣ୍ଣାଟକରେ 44 ନୂଆ ମାମଲା
24 ଘଣ୍ଟାରେ କର୍ଣ୍ଣାଟକରେ 44 ନୂଆ ମାମଲା
author img

By

Published : Apr 17, 2020, 6:37 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ 24 ଘଣ୍ଟାରେ 44ଟି ନୂଆ ପଜିଟିଭ ସ୍ପଷ୍ଟ ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୁରୁବାର ଅପରାହ୍ନ 5ଟାରୁ ଶୁକ୍ରବାର ଅପରାହ୍ନ 5ଟା ଭିତରେ ଏହି ସମସ୍ତ ମାମଲା ସ୍ପଷ୍ଟ ହୋଇଛି ।

ଏହାସହ ରାଜ୍ୟରେ ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 359 ଛୁଇଁଛି । ପ୍ରଥମରୁ ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିଲା ସେଥିରେ କିଛି ମାତ୍ରାରେ ରୋକ ଲାଗିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏବେ ପର୍ଯ୍ୟନ୍ତ 88 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।

ସେହିପରି ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 13 ଛୁଇଁଛି । ଗତ 24 ଘଣ୍ଟାରେ କୌଣସି ମୃତ୍ୟୁ ହୋଇନଥିବା ସରକାର ସୂଚନା ଦେଇଛନ୍ତି । ଏହାସହ ସରକାର ଲୋକଙ୍କୁ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ କଡାକଡି ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି ।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.