ETV Bharat / bharat

କୋରୋନା ଆତଙ୍କ: ଦେଶରେ 649 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, 14 ମୃତ - କୋରୋନା ଆତଙ୍କ

ଭାରତରେ କୋରୋନା ପ୍ରଭାବରେ ମୃତ୍ୟୁ ସଂଖ୍ୟା 14 ଛୁଇଁଛି । 649 ଜଣ ଆକ୍ରାନ୍ତ ଅଛନ୍ତି । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: ଦେଶରେ 649 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, 14 ମୃତ

author img

By

Published : Mar 26, 2020, 1:03 PM IST

ହାଇଦ୍ରାବାଦ: ଜାରି ରହିଛି ମହାମାରୀ କୋରୋନାର ଆତଙ୍କ । ଥମୁନି ସଂକ୍ରମଣ । ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହିମଧ୍ୟରେ ଭାରତରେ କୋରୋନା ପ୍ରଭାବରେ ମୃତ୍ୟୁ ସଂଖ୍ୟା 14 ଛୁଇଁଛି । ସେହିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 649ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 593 ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ 42 ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିସାରିଲେଣି ।

ଗୁରୁବାର କୋରୋନା ପ୍ରଭାବରେ ଜାମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଜଣେ 65 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟରେ ଜଣେ ବ୍ୟକ୍ତି କୋରୋନା ପ୍ରଭାବରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କୋରୋନା ପ୍ରଭାବରେ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ସର୍ବାଧିକ 124 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କେରଳରେ 188, କର୍ଣ୍ଣାଟକ 51 ଓ ତେଲେଙ୍ଗାନା 41 ଜଣ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଗୋଆରେ ମଧ୍ୟ କୋରୋନାର ପ୍ରଥମ ମାମଲା ସାମ୍ନାକୁ ଆସିସାରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.