ETV Bharat / bharat

କୋରୋନା ଅପଡେଟ୍: ଦେଶରେ 56342 ଆକ୍ରାନ୍ତ, 1800 ଟପିଲା ମୃତ୍ୟୁସଂଖ୍ୟା - ଭାରତ କୋରୋନା ନ୍ୟୁଜ

ଗତ 24 ଘଣ୍ଟାରେ ଭାରତରେ 3390 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 103 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 56342 ପହଞ୍ଚିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

corona
କୋରୋନା ଅପଡେଟ୍
author img

By

Published : May 8, 2020, 9:59 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି ମାରାତ୍ମକ କୋରୋନା ଭାଇରସ । କୋରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ ହୋଇଛି । ମାତ୍ର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହି କ୍ରମରେ ଗତ 24 ଘଣ୍ଟାରେ ଭାରତରେ 3390 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 103 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 56342 ପହଞ୍ଚିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 37916 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 16539 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 1886 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.