ETV Bharat / bharat

କୋରୋନା ଅପଡେଟ୍: ଦେଶରେ 31332 ଆକ୍ରାନ୍ତ, 1000 ଟପିଲା ମୃତ୍ୟୁସଂଖ୍ୟା

ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 31332 ପହଞ୍ଚିଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

corona upadate
କୋରୋନା ଅପଡେଟ୍
author img

By

Published : Apr 29, 2020, 11:13 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି ମାରାତ୍ମକ କୋରୋନା ଭାଇରସ । ବିଶ୍ବର 120 ଉର୍ଦ୍ଧ୍ବ ଦେଶରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଭାରତରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ଭାରତରେ 1897 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 73 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 31332 ପହଞ୍ଚିଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 7695 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 1007 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.