ETV Bharat / bharat

କୋରୋନା ଅପଡେଟ୍, 24 ଘଣ୍ଟାରେ ୟୁପିରେ 3 ମୃତ

ଏବେ ସୁଦ୍ଧା ୟୁପିରେ ମୋଟ 660 ଜଣ କୋରୋନା ପଜିଟିଭ ଥିବା ଜଣାପଡିଛି । ଏହାସହ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

author img

By

Published : Apr 15, 2020, 7:26 AM IST

24 ଘଣ୍ଟାରେ ୟୁପିରେ 3 ମୃତ
24 ଘଣ୍ଟାରେ ୟୁପିରେ 3 ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛନ୍ତି ତବଲିଘି ଫେରନ୍ତା । ଦିନକୁ ଦିନ ଏଥିରୁ ଅଧିକ ଲୋକ ପଜିଟିଭ ବାହାରୁଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଦିଲ୍ଲୀ ମର୍କାଜ ଫେରନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏବେ ସୁଦ୍ଧା ୟୁପିରେ ମୋଟ 660 ଜଣ କୋରୋନା ପଜିଟିଭ ଥିବା ଜଣାପଡିଛି । ଏହାସହ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ଦିନରେ ଆଉ 3 ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ଏହି 3 ମୃତକଙ୍କ ସମେତ ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା 8 ଛୁଇଁଛି ।

ସେହିପରି ଚିକିତ୍ସା ପରେ 49 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏବେ ରାଜ୍ୟରେ ସରକାର ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ନିୟମ ଉଲ୍ଲଙ୍ଘନ କରି ମଙ୍ଗଳବାର 11 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.