ETV Bharat / bharat

କୋରୋନା ଆତଙ୍କ: ଦେଶରେ 31 ଆକ୍ରାନ୍ତ

author img

By

Published : Mar 6, 2020, 12:21 PM IST

ଚୀନ ପରେ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ 30 ଜଣ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

corona positive cases
କୋରୋନା ଆତଙ୍କ; ଦେଶରେ 31 ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନ ପରେ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା(COVID19) । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ 30 ଜଣ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଫଳରେ ଦେଶରେ ବର୍ତ୍ତମାନ ସୁଦ୍ଧା 31 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀର ଉତ୍ତମ ନଗରରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଥାଇଲାଣ୍ଡ ଓ ମାଲେସିଆ ଯାଇଥିବା ଜଣାପଡିଛି । ସୂଚନାଥାଉକି, କୋରୋନା ଭାଇରସ ପାଇଁ ଚୀନରେ ଶୁକ୍ରବାର ସୁଦ୍ଧା 3042 ଲୋକ ପ୍ରାଣ ହରାଇ ସାରିଲେଣି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା 80552ରେ ପହଞ୍ଚିଛି । ସେପଟେ ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 95,333ରେ ପହଞ୍ଚିଥିବା ଜଣାପଡିଛି ।

ସୌଜନ୍ୟ: ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.