ନୂଆଦିଲ୍ଲୀ: ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 14 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ସେପଟେ ମୃତ୍ୟୁ ସଂଖ୍ୟା 3 ରହିଛି ।
ମହାରାଷ୍ଟ୍ରରେ ସର୍ବାଧିକ 41 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ କେରଳରେ 27 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ 3 ଜଣ ବିଦେଶୀ ଥିବା ବେଳେ କେରଳରେ 2 ଜଣ ବିଦେଶୀ ରହିଛନ୍ତି । ସେହିପରି ହରିୟାଣାରେ 16, ଉତ୍ତରପ୍ରଦେଶରେ 16 ଓ କର୍ଣ୍ଣାଟକରେ 11 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହରିୟାଣାରେ ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 12 ଜଣ ବିଦେଶୀ ଓ ଉତ୍ତରପ୍ରଦେଶରେ ଜଣେ ବିଦେଶୀ ରହିଛନ୍ତି ।
ଅନ୍ୟପଟେ ଦିଲ୍ଲୀରେ 10(ଜଣେ ବିଦେଶୀ), ଆନ୍ଧ୍ରପ୍ରଦେଶରେ ଜଣେ, ଓଡିଶାରେ ଜଣେ, ପଞ୍ଜାବରେ ଜଣେ, ରାଜସ୍ଥାନରେ 4 ଜଣ(2 ବିଦେଶୀ), ତାମିଲନାଡୁରେ ଜଣେ, ତେଲେଙ୍ଗାନାରେ 5(2 ବିଦେଶୀ), ଜମ୍ମୁଓକଶ୍ମୀରରେ 3, ଲଦାଖରେ 8, ଉତ୍ତରାଖଣ୍ଡରେ ଜଣେ ଓ ପଶ୍ଚିମବଙ୍ଗରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଦିଲ୍ଲୀରେ 2 ଜଣ, କେରଳରେ 3 ଜଣ, ରାଜସ୍ଥାନରେ 3 ଜଣ, ତେଲେଙ୍ଗାନାରେ ଜଣେ ଓ ଉତ୍ତରପ୍ରଦେଶରେ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
@ANI