ନୂଆଦିଲ୍ଲୀ: ସୋମବାର ପର୍ଯ୍ୟନ୍ତ ଦେଶରେ 2 ଲକ୍ଷରୁ ଅଧିକ କୋଭିଡ 19 ସାମ୍ପଲର ଟେଷ୍ଟ ସରିଛି । ଏନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ(ଆଇସିଏମଆର) ସୂଚନା ଦେଇଛି । ଏପର୍ଯ୍ୟନ୍ତ 2 ଲକ୍ଷ 31 ହଜାର 902ଟି ନମୁନା ପରୀକ୍ଷା ହୋଇଥିବା ଜଣାପଡିଛି ।
ଏହାସହ ଦେଶରେ ଏପର୍ଯ୍ୟନ୍ତ ଅନେକ କିଟ ମହଜୁଦ ଅଛି । ଲମ୍ବା ସମୟ ପର୍ଯ୍ୟନ୍ତ ପରୀକ୍ଷା କରିବା ପାଇଁ ବହୁତ ଟେଷ୍ଟିଂ କିଟ ଥିବା ଆଇସିଏମଆରର ଆର ଗଙ୍ଗାଖେଡକର କହିଛନ୍ତି । ପ୍ରେସମିଟରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ ସରକାରଙ୍କ ପାଖରେ ଏବେ 6 ସପ୍ତାହ ପାଇଁ ଟେଷ୍ଟିଂ କିଟ ରହିଛି । ଏହାସହ ଆଉ ଏକ ଆରଟି-ପିସିଆର କିଟର ପ୍ୟାକେଜ କିଛିଦିନ ମଧ୍ୟରେ ମିଳିଯିବ । ଫଳରେ ଟେଷ୍ଟିଂ ପାଇଁ କୌଣସି ସମସ୍ୟା ରହିବନି ବୋଲି ସେ କହିଛନ୍ତି ।
ଏହାସହ ପ୍ରାୟ 33 ଲକ୍ଷ ଆରଟି-ପିସିଆର କିଟ ସରକାର ଅର୍ଡର କରିବାକୁ ଯାଉଛନ୍ତି । ଏହାଛଡା 37 ଲକ୍ଷ ରାପିଡ କିଟ ମଧ୍ୟ କିଛି ଦିନ ଭିତରେ ଆସିଯିବ ବୋଲି ଗଙ୍ଗାଖେଡକର କହିଛନ୍ତି । ସମସ୍ତ ସରକାରୀ ଲାବ୍ ଓ ଘରୋଇ ଲାବ୍ ଏହିସବୁ କିଟ ପରୀକ୍ଷା କରିବା ପାଇଁ ପାଇବେ ବୋଲି ସେ ସୂଚନା ଦେଇଛନ୍ତି ।
ସୌଜନ୍ୟ@ANI