ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିଛି ଦିନ ଥମିଯାଇଥିବା ଏହି ସଂଖ୍ୟାରେ ପୁଣି ବୃଦ୍ଧି ପାଇଛି । ତବଲିଘି ସମାବେଶ ଫେରନ୍ତାଙ୍କ ଯୋଗୁଁ ଏଠାରେ ପୁଣି ଅଧିକ ପଜିଟିଭ ମାମଲା ସାମନାକୁ ଆସିଛି । ଧିରେ ଧିରେ ଏମାନଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବାବେଳେ ପ୍ରଶାସନର ମୁଣ୍ଡବ୍ୟଥା ବଢିଛି ।
ବିଶେଷ କରି କାଶ୍ମୀର ଡିଭିଜନରେ ମାମଲା ଅଧିକ ରହିଛି । ଶନିବାର କାଶ୍ମୀରରେ 13ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଜମ୍ମୁ ଓ କାଶ୍ମୀରରେ ମୋଟ ପଜିଟିଭ ସଂଖ୍ୟା 341 ଛୁଇଁଛି ।
ତେବେ ଏମାନଙ୍କ ମଧ୍ୟରୁ 285ଟି ପଜିଟିଭ କେସ ସକ୍ରିୟ ରହିଛି । ବାକି 56 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 5 ଜଣଙ୍କର ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଶ୍ରୀନଗରରେ ପ୍ରଥମ କୋଭିଡ 19 କଲ ସେଣ୍ଟର ଶନିବାର ଖୋଲିଛି ।
ସୌଜନ୍ୟ@ANI