ETV Bharat / bharat

ହିମାଚଳ ପ୍ରଦେଶ କୋରୋନା ଅପଡେଟ: 954 ଟେଷ୍ଟ, 32 ପଜିଟିଭ - କୋଭିଡ 19

ଏପର୍ଯ୍ୟନ୍ତ ରାଜ୍ୟରେ 333 ତବଲିଘି ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା 88 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏହାସହ ଗସ୍ତର ତଥ୍ୟ ଦେଇନଥିବାରୁ 97 ଜଣ ଲୋକଙ୍କ ବିରୋଧରେ 20ଟି ମାମଲା ରୁଜୁ ହୋଇଛି । ଅଧିକ ପଢ଼ନ୍ତୁ...

ହିମାଚଳ ପ୍ରଦେଶ କୋରୋନା ଅପଡେଟ: 954 ଟେଷ୍ଟ, 32 ପଜିଟିଭ

author img

By

Published : Apr 12, 2020, 2:20 AM IST

ଶିମଲା: ହିମାଚଳ ପ୍ରଦେଶରେ ମଧ୍ୟ ଦିଲ୍ଲୀ ଫେରନ୍ତାଙ୍କ ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି । କିଛି ଏବେ ପର୍ଯ୍ୟନ୍ତ ଲୁଚି ରହିଥିବାରୁ ଏଥିରେ ବୃଦ୍ଧି ପାଇବାର ଆଶା କରାଯାଉଛି ।

ଏବେ ସୁଦ୍ଧା ରାଜ୍ୟରେ 954ଟି ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିରୁ 32ଟି ପଜିଟିଭ ରହିଛି । ଏହାସହ 9 ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ସେହିପରି ଏପର୍ଯ୍ୟନ୍ତ ଗୋଟିଏ କୋରୋନା ଜନିତ ମୃତ୍ୟୁ ଏଠାରେ ରେକର୍ଡ କରାଯାଇଛି । 18 ଜଣ ଆକ୍ରାନ୍ତଙ୍କର ଏବେ ବି ଚିକିତ୍ସା ଚାଲିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 27 ଜଣ ତବଲିଘି ଫେରନ୍ତା ବୋଲି ସୂଚନା ରହିଛି ।

ଏପର୍ଯ୍ୟନ୍ତ ରାଜ୍ୟରେ 333 ତବଲିଘି ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା 88 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏହାସହ ଗସ୍ତର ତଥ୍ୟ ଦେଇନଥିବାରୁ 97 ଜଣ ଲୋକଙ୍କ ବିରୋଧରେ 20ଟି ମାମଲା ରୁଜୁ ହୋଇଛି । ଏମାନେ ତବଲିଘି ସମାବେଶରେ ଯୋଗ ଦେଇଥିବା ଖବର ପୋଲିସକୁ ଦେଇନଥିଲେ ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.