ETV Bharat / bharat

ନଭେମ୍ବର 14 ସୁଦ୍ଧା ଦେଶରେ ସରିଛି 12,40,31 କୋଭିଡ ଟେଷ୍ଟ: ICMR

ଜନ ବହୁଳ ଦେଶ ଭାରତରେ କୋରୋନା ତାର କାୟା ବିସ୍ତାର କରିଥିବାବେଳେ, ଏହା ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅହରହ କୋରୋନା ଟେଷ୍ଟ ଜାରି ରହିଛି । ଅଧିକ ପଢନ୍ତୁ..

author img

By

Published : Nov 14, 2020, 12:32 PM IST

ନଭେମ୍ବର 14 ସୁଦ୍ଧା ଦେଶରେ ସରିଛି 12,40,31 କୋଭିଡ ଟେଷ୍ଟ: ICMR
ନଭେମ୍ବର 14 ସୁଦ୍ଧା ଦେଶରେ ସରିଛି 12,40,31 କୋଭିଡ ଟେଷ୍ଟ: ICMR

ନୂଆଦିଲ୍ଲୀ: ଦେଶରେ ଏବେବି ଥମିନି କୋରୋନା ପ୍ରକୋପ । ପ୍ରତ୍ୟେକ ଦିନ ଆସୁଛି 40 ହଜାରରୁ ଊର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ । ଯାହାକୁ ନଜରରେ ରଖି ଦେଶରେ ସଂକ୍ରମଣ ସଂଖ୍ୟା ହ୍ରାସ କରିବାକୁ ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟେଷ୍ଟ ଜାରି ରହିଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 12 କୋଟିରୁ ଊର୍ଦ୍ଧ୍ବ ଟେଷ୍ଟ ସରିଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ 9 ଲକ୍ଷ 29 ହଜାର 491 ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମଣ ସଂଖ୍ୟା 87 ଲକ୍ଷ 73 ହଜାର 479 ପାର କରିଛି। ସେଥିମଧ୍ୟରୁ ଆଜି ପର୍ଯ୍ୟନ୍ତ ମୋଟ 1 ଲକ୍ଷ 29 ହଜାର 188ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.