ETV Bharat / bharat

ଗୋଡ଼ ନାହିଁ ମାତ୍ର ଚାଲୁଛି କଇଁଛ, କିପରି ଜାଣନ୍ତୁ... - artificial

ଆମେରିକା ବାଟନ ରଗ୍‌ରେ ଥିବା 'ଲୋଇସିଆନା ଷ୍ଟେଟ ୟୁନିଭର୍ସିଟି ଭେଟେରେନାରୀ ଟିଚିଙ୍ଗ ହସପିଟାଲ'ର ଘଟଣା । ପଶୁ ଚିକିତ୍ସକଙ୍କ ନିଆରା ପ୍ରୟାସ । ଭାଙ୍ଗି ଯାଇଥିବା ଗୋ଼ଡରେ କୃତ୍ରିମ ଗୋଡ ଲଗାଇ କରିଛନ୍ତି ବିରଳ ଅସ୍ତ୍ରୋପଚାର ।

ଡିଜାଇନ ଫଟୋ
author img

By

Published : Jun 23, 2019, 12:32 PM IST

Updated : Jun 25, 2019, 2:18 PM IST

ୱାସିଂଟନ: ଚିତ୍ରଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ହୃଦୟସ୍ପର୍ଶୀ । ପଶୁ ଚିକିତ୍ସକଙ୍କ ନିଆରା ପ୍ରୟାସ । କୃତ୍ରିମ ଚକ ଲଗା ଗୋଡରେ ଚାଲିବାକୁ ସକ୍ଷମ ହୋଇଛି କଇଁଛ । ଆଖିକୁ ବିଶ୍ବାସ ହେଉ ନଥିଲେ ବି ଏହା ସତ । କିପରି ଛୋଟଛୋଟ ଯନ୍ତ୍ରପାତି ବ୍ୟବହାର କରି କଇଁଛକୁ କୃତ୍ରିମ ଗୋଡ ପ୍ରଦାନ କରାଯାଇଛି । ପଢନ୍ତୁ ଏହି କାହାଣୀ ପଛର କାହାଣୀ....

tortoise, walking, artificial, leg
ଫଟୋ ସୌଜନ୍ୟ: ସୋସିଆଲମିଡିଆ/ଟ୍ବିଟର

ଏହି ଘଟଣା ହେଉଛି ଆମେରିକା ବାଟନ ରଗ୍‌ରେ ଥିବା 'ଲୋଇସିଆନା ଷ୍ଟେଟ ୟୁନିଭର୍ସିଟି ଭେଟେରେନାରୀ ଟିଚିଂ ହସପିଟାଲ'ର ଘଟଣା । କଇଁଛଟିର ନା ହେଉଛି ପେଡ୍ରୋ । କିଛି ଦିନ ପୂର୍ବେ କଇଁଛର ପଛ ଦୁଇଟି ଗୋଡରୁ ଗୋଟିଏ ଗୋଡ ଭାଙ୍ଗି ଯାଇଥିଲା ।

tortoise, walking, artificial, leg
ଫଟୋ ସୌଜନ୍ୟ: ସୋସିଆଲମିଡିଆ/ଟ୍ବିଟର

ଫଳରେ ତାକୁ ପଶୁ ଚିକିତ୍ସାଳୟକୁ ନେଇ ଆସିଥିଲେ ତାର ମାଲିକ । ଆଉ ଡାକ୍ତର ସେ ଗୋଡକୁ ପରିବର୍ତ୍ତନ କରାଇ ଏକ ହ୍ବିଲ ଲଗାଇ ଦେଲେ । ବାସ୍‌ ଏହି ଚିକିତ୍ସା ପରେ କଇଁଛଟି ଚଲାବୁଲା କରିପାରୁଥିଲା । କିନ୍ତୁ କିଛିଦିନ ପରେ ଅନ୍ୟ ଏକ ପଛ ଗୋଡରେ ଚାପ ପଡିବା ହେତୁ ସେ ଗୋଡଟି ମଧ୍ୟ ଭାଙ୍ଗି ଯାଇଥିଲା ।

tortoise, walking, artificial, leg
ଫଟୋ ସୌଜନ୍ୟ: ସୋସିଆଲମିଡିଆ/ଟ୍ବିଟର

କଇଁଛର ଭଙ୍ଗା ଗୋଡ ଦେଖି ସେହି ହସପିଟାଲର ଏକ ଜୁଲୋଜିକାଲ ଇନଟର୍ଣ୍ଣ ଗୁଟନର ଏହାକୁ ଚିକିତ୍ସା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପ୍ରଥମେ ସେ ଏକ ଲେଗୋ କାର୍‌ କିଟ, କିଛି ସିରିଞ୍ଜର ପାର୍ଟ, ପଶୁ- ସୁରକ୍ଷିତ ଇପୋକ୍ସିର ବ୍ୟବହାର କରି ଏକ ରିଙ୍ଗ ପ୍ରସ୍ତୁତ କରିଥିଲେ । ପରେ ତାକୁ କଇଁଛ ପଛ ଖୋଳପାରେ ହ୍ବିଲ ସେଟ୍‌ ଖଞ୍ଜିତ କରିଥିଲେ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି କଇଁଛଟି ଅନ୍ୟ କଇଁଛଙ୍କ ଅପେକ୍ଷା ଖୁବ ଶୀଘ୍ର ଚଲାବୁଲା କରି ପାରୁଛି । କଇଁଛର ଏହି ଅସ୍ତ୍ରୋପଚାର ପରେ ପଶୁ ଚିକିତ୍ସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ପଶୁ ଚିକିତ୍ସକ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଏକ ଉଦାହରଣ ।

Intro:Body:Conclusion:
Last Updated : Jun 25, 2019, 2:18 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.