ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS @9PM

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର

TOP NEWS @9PM
TOP NEWS @9PM
author img

By

Published : Nov 13, 2020, 9:00 PM IST

1.ଆଦିତ୍ଯ ଦାସ ହତ୍ଯା ମାମଲା: ପତ୍ନୀ ବିଦ୍ଯାଶ୍ରୀଙ୍କୁ ସର୍ବସାଧାରଣରେ ଦୁର୍ବ୍ଯବହାର ଅଭିଯୋଗ

ଆଦିତ୍ୟ ଦାସ ହତ୍ୟା ମାମଲାରେ ପତ୍ନୀ ବିଦ୍ଯାଶ୍ରୀଙ୍କୁ ସର୍ବସାଧାରଣରେ ର୍ଦୁବ୍ୟବହାର ଅଭିଯୋଗ ।

2.କୋଟିଏ ଟଙ୍କା ସଞ୍ଚୟ କରି ଜେଲ ଗଲେ ସିନିୟର କ୍ଲର୍କ

ମହଙ୍ଗା ପଡିଲା କୋଟିଏରୁ ଅଧିକା ସମ୍ପତି ଠୁଳ। ଭିଜିଲାନସ ସ୍କାନରକୁ ଆସିବା ପରେ ଗିରଫ ହୋଇ ଜେଲ ଗଲେ ଭୁବନେଶ୍ବର ସବକଲେକ୍ଟର କାର୍ଯ୍ୟାଳୟର ସିନିୟର କ୍ଲର୍କ।

3.ମଝି ଆକାଶରେ ‘ବଂଶୀ’କୁ ଖସାଇଲା କ୍ୟୁଆରଏସଏଏମ

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିସାଇଲ ବା QR-SAM ସଫଳତାର ସହିତ ଲକ୍ଷ୍ୟଭେଦ କରିଛି । ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର 3 ନମ୍ବର ଉତକ୍ଷେପଣ କେନ୍ଦ୍ରରେ ଏହି ପରୀକ୍ଷଣ କରାଯାଇଥିଲା ।

4.ଖସିଲା ତାପମାତ୍ରା, ଫେରିଲା ଶୀତ

ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବା ପରେ ଶୀତ ଫେରିଛି । ରାତିରେ ଶୀତ ପ୍ରଭାବ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

5.ରାଜଧାନୀରେ ଧନତେରସରେ ଖଚାଖଚ ଭିଡ, ବୋହି ନେଲେ ସୁନା ଗହଣା

କୋରୋନା କଟକଣା ସତ୍ତ୍ବେ ବି ଧନତେରସରେ ପୂର୍ବ ପରି ରାଜଧାନୀର ବିଭିନ୍ନ ଗହଣା ଦୋକାନରେ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତି ଦୋକାନରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଛି।

6.ନୀତୀଶଙ୍କ ଘରେ ଏନଡିଏ ନେତା; ଆଉଟ ହେବ ଏଲଜେପି !

ନିର୍ବାଚନ ସରିଛି କିନ୍ତୁ ଉଷ୍ମତା ଏବେ ମଧ ଜାରି ରହିଛି । ରାଜନୀତିର ତାତି କମିଯାଇଛି ସତ, କିନ୍ତୁ ଧୂଆଁ ଏବେ ବି କୁହୁଳିବାରେ ଲାଗିଛି । ହଁ, ଆମେ କହୁଛୁ ବିହାର ପଲିଟିକ୍ସର କଥା । ଯେଉଁଥିପାଇଁ ଆଜି ନୀତୀଶଙ୍କ ଘରେ ଡେରା ପକାଇଥିଲେ ଏନଡିଏ ନେତା ।

7.ଦୀପାବଳିର ଦିନକ ପୂର୍ବରୁ ରାଷ୍ଟ୍ରପତି ଦେଲେ ଶୁଭେଚ୍ଛା

ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

8.ଝିଅଙ୍କ ନାଁରେ ପରିଚିତ ଏହି ଗାଁର ପ୍ରତିଟି ଘର

ପୁରୁଷ ପ୍ରାଧାନ୍ୟ ସମାନରେ ଝିଅଙ୍କ ମହତ୍ବ ଓ ସେମାନଙ୍କ ଗୁରୁତ୍ବକୁ ବୁଝିଛି ହରିୟାଣା ନୁହୁ ଜିଲ୍ଲାର କିରୁରୀ ଗାଁ । ଏଠାକାର ପ୍ରତିଟି ଘର ପରିଚିତ ଝିଅଙ୍କ ନାଁ ରେ । ଏଇଥିପାଇଁ ଏହି ଗାଁ ଏବେ ସାଧାରଣରୁ ହୋଇଛି ସ୍ବତନ୍ତ୍ର ।

9. ତେଲେଙ୍ଗାନାରେ ବାଣ ବିକ୍ରିକୁ ସୁପ୍ରିମକୋର୍ଟଙ୍କ ଅନୁମତି

ତେଲେଙ୍ଗାନାରେ ବାଣ ବିକ୍ରି କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ତେବେ ତେଲେଙ୍ଗାନାରେ କେବଳ 2 ଘଣ୍ଟା ପାଇଁ ବାଣ ବିକ୍ରି ଓ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଆମେରିକୀୟ ଗାୟିକାଙ୍କ କଣ୍ଠରେ 'ଓମ ଜୟ ଜଗଦୀଶ ହରେ' ଗୀତ

ଆମେରିକାର ଲୋକପ୍ରିୟ ଗାୟକ ମେରି ମିଲବେନ ତାଙ୍କ ସ୍ବରରେ 'ଓମ ଜୟ ଜଗଦୀଶ ହରେ' ଗୀତ ଗାଇ ସାରା ବିଶ୍ବକୁ ଦିପାବଳୀର ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.