ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 23, 2020, 9:13 PM IST

1.ସ୍ବାସ୍ଥ୍ୟକ୍ଷେତ୍ରରେ ଓଡିଶାକୁ କେନ୍ଦ୍ରୀୟ ସହାୟତାର ଟିକିନିଖି ହିସାବ ଦେଲେ ଧର୍ମେନ୍ଦ୍ର

ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମୋଦି ସରକାରଙ୍କ ଦ୍ବାରା ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁଲଭ ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।

2.କୋର୍ଟ ସଂକ୍ରାନ୍ତୀୟ ସମସ୍ୟା ଥିବା ମହକିଲଙ୍କ ପାଇଁ ଖୁସି ଖବର, ସୋମବାର ଠୁ ଖୋଲିବ ସମସ୍ତ କୋର୍ଟ

ଆସନ୍ତାକାଲିଠୁ ଖୋଲିବ କୋର୍ଟ । ପୂର୍ବପରି ସ୍ବାଭାବିକ ହେବ ନ୍ୟାୟିକ ବ୍ୟବସ୍ଥା । ଅର୍ଥାତ୍ ଟ୍ରାଏଲ ଆରମ୍ଭ ହେବ । ସିଭିଲ କେସର ଶୁଣାଣୀ ଓ ଡିସପୁଟର କେସ ଫାଇଲ ହେବ ।

3.ମାଲକାନଗିରି ଏସପିଙ୍କ ନିକଟରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ହିଂସା ଛାଡି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ମହାଦେବ ମାଡକାମି । ମହାଦେବ ନାଁରେ ରାଜ୍ୟ ସରକାର 2 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

4.ସୋମବାର ଠୁ 28 ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଉପୁଜିପାରେ ବନ୍ୟା ସ୍ଥିତି

ଆସନ୍ତାକାଲିଠୁ 28 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏନେଇ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

5.ନବରଙ୍ଗପୁରରେ ପୁଣି 68 କୋରୋନା ପଜିଟିଭ

ନବରଙ୍ଗପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରବିବାର ଜିଲ୍ଲାରୁ ପୁଣି ୬୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

6.ଜୀବନ ରକ୍ଷା ପାଇଁ ପୂର୍ବଭଳି କୋରୋନା କଟକଣା ମାନିବାକୁ ପଡିବ: ସିଏମସି କମିଶନର

କଟକବାସୀଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ଅନୁରୋଧ କଲେ ସିଏମସି କମିଶନର ଅନନ୍ୟା ଦାସ ।କୋରୋନାରେ ଅନେକ ଲୋକ ଜୀବନ ଜୀବିକା ହରାଇଛନ୍ତି କିନ୍ତୁ ବର୍ତମାନ ଲୋକେ ନିୟମକୁ ମାନୁନଥିବା ଦେଖିବାକୁ ମିଳୁଛି।

7.କଟକରେ ଆରମ୍ଭ ହେଲା 150 ଶଯ୍ୟା ବିଶିଷ୍ଟ ସଦଗୁରୁ କୋଭିଡ ହସ୍ପିଟାଲ

କଟକରେ ଆରମ୍ଭ ହେଲା 150 ଶଯ୍ୟା ବିଶିଷ୍ଟ ସଦଗୁରୁ କୋଭିଡ ହସ୍ପିଟାଲ। ଜିଲ୍ଲାରେ 69217 ସାମ୍ପୁଲ ସଂଗ୍ରହ କରାଯାଇଛି। ଜିଲ୍ଲାରେ ସୁସ୍ଥ ହାର 65.77 ପ୍ରତିଶତ ରହିଥିବା ବେଳେ 33.51 ପ୍ରତିଶତ କୋରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି।

8.ଛୋଟା ସକିଲ ଗ୍ୟାଙ୍ଗର ଆଉ 4 ସଦସ୍ୟ ଗିରଫ

ଗୁଜୁରାଟରେ ବିଜେପି ନେତାଙ୍କୁ ହତ୍ୟା କରିବାକୁ ଆସିଥିବା ଛୋଟା ସକିଲ ଗ୍ୟାଙ୍ଗର ଆଉ 4 ସଦସ୍ୟ ଗିରଫ ।

9.ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ସରପଞ୍ଚ ପରିବାରକୁ ଭେଟିଲେ ଏଲଜି ମନୋଜ ସିହ୍ନା

ଅଜୟ ପଣ୍ଡିତ ଭାରତୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା । ଜୁନ ୨ରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲାର୍କିପୋରା ଗାଁରେ ସରପଞ୍ଚଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।

10.ଅଦାଲତ ବିରୋଧରେ ସ୍ବରାଙ୍କ ସ୍ବର, ଅବମାନନା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲେ AG

ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ବିରୋଧରେ ଅବମାନନା ମାମଲା ଆରମ୍ଭ ନେଇ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.