ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 21, 2020, 7:04 PM IST

Updated : Aug 21, 2020, 9:00 PM IST

1.ଓଡିଶା ପବ୍ଲିକ ସର୍ଭିସ କମିଶନରେ ଦୁଇ ସଦସ୍ୟ ନିଯୁକ୍ତ ଦେଲେ ମୁଖ୍ୟମନ୍ତ୍ରୀ

ଅବସର ପ୍ରାପ୍ତ ଆଇଏଏସ ବିଭୁତି ଭୂଷଣ ପଟ୍ଟନାୟକ ଏବଂ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ଓଡିଶା ପବ୍ଲିକ ସର୍ଭିସ କମିଶନ ସଦସ୍ୟ ଭାବରେ ନିଯୁକ୍ତି ମୁଖ୍ୟମନ୍ତ୍ରୀ ।

2.ଭୁବନେଶ୍ୱରରେ 324 ନୂଆ ଆକ୍ରାନ୍ତ ଚିହ୍ନଟ, 108 ସୁସ୍ଥ

ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ଶୁକ୍ରବାର ପୁଣି ଏଠାରେ 324 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ କୁହାଯାଇଛି ।

3.କୋରୋନା ପରୀକ୍ଷଣରେ ଦେଶର ଦ୍ବିତୀୟ ସ୍ଥାନରେ ଓଡ଼ିଶା

ନିକ କୋରୋନା ପରୀକ୍ଷା କରିବାରେ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା । ଯାହା ରାଜ୍ୟ ସରକାରଙ୍କ ସଫଳ କୋରୋନା ମୁକାବିଲାର ଏକ ବଳିଷ୍ଠ ଉଦାହରଣ ବୋଲି ପୁଣି ପ୍ରମାଣିତ ହୋଇଛି ।

4.ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କଲା କେନ୍ଦ୍ର, ଚାଷୀଙ୍କୁ ଯୋଗାଇବ ପର୍ଯ୍ୟାପ୍ତ ୟୁରିଆ

ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ଚଳିତ ଖରିଫ ଋତୁରେ ଓଡିଶାର ଚାଷୀଙ୍କୁ ଅଧିକ ୟୁରିଆ ଯୋଗାଣ ପାଇଁ କେନ୍ଦ୍ର ସରକାର ପ୍ରତିଶୃତି ଦେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

5.ଅଭିନେତା ସବ୍ୟସାଚୀଙ୍କ ପାଇଁ ଗୀତ ଗାଇଲେ ପ୍ରଶଂସକ

କୋରୋନା ମହାମାରୀ ସମୟରେ ପ୍ରବାସୀ ଓଡିଆଙ୍କୁ ନିଜ ରାଜ୍ୟକୁ ଫେରାଇ କିଛି ଦିନ ହେବ ବେଶ ଚର୍ଚ୍ଚାରେ ଅଭିନେତା ସବ୍ୟସାଚୀ ମିଶ୍ର । ତେବେ ତାଙ୍କୁ ଉତ୍ସାହିତ କରିବା ପାଇଁ ଜଣେ ପ୍ରଂଶସକ ଗାଇଥିବା ଗୀତକୁ, ସବ୍ୟସାଚୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

6.ଶ୍ରୀଶୈଲମ ଅଗ୍ନିକାଣ୍ଡ, ମୃତଙ୍କ ପରିବାରକୁ 25 ଲକ୍ଷ ଘୋଷଣା କଲେ ତେଲେଙ୍ଗାନା ସରକାର

ତେଲେଙ୍ଗାନାର ଶ୍ରୀଶୈଲମ ପାୱାର ଷ୍ଟେସନ ଅଗ୍ନିକାଣ୍ଡ । ଡେପୁଟି ଇଞ୍ଜିନିୟର ଶ୍ରୀନିବାସ ଗୌଡଙ୍କ ପରିବାରକୁ 50 ଲକ୍ଷ ଟଙ୍କା ଓ ବାକି 8 ଜଣ ମୃତକଙ୍କ ପରିବାରକୁ 25 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଦିଆଯିବ ।

7.ରାତି ପାହିଲେ ଗଣେଶ ପୂଜା, ଦେଶବାସୀଙ୍କ ଶୁଭକାମନା ଦେଲେ ରାଷ୍ଟ୍ରପତି

ରାତି ପାହିଲେ ଗଣେଶ ପୂଜା । ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶୁକ୍ରବାର ଦେଶବାସୀଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭଗବାନ ଗଣେଶ କୋଭିଡ-19 ମହାମାରୀରୁ ଦୂର କରିବା ପାଇଁ ଆଶୀର୍ବାଦ କରନ୍ତୁ ବୋଲି ରାଷ୍ଟ୍ରୀୟ ଭବନ ପକ୍ଷରୁ ପ୍ରକାଶିତ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ।

8.ଆରମ୍ଭ ହେଲା ସୁନା ଗହଣା ବ୍ୟବସାୟୀଙ୍କ ଅନଲାଇନ ପଞ୍ଜିକରଣ

ଗହଣା ବ୍ୟବାସାୟୀଙ୍କ ପଞ୍ଜୀକରଣ ଏବଂ ଲାଇସେନ୍ସ ନବୀକରଣ ତଥା ହଲମାର୍କିଂ କେନ୍ଦ୍ରଗୁଡିକର ମାନ୍ୟତା ପାଇଁ ଏକ ଅନଲାଇନ ସିଷ୍ଟମ ଆରମ୍ଭ କରିଛନ୍ତି କେନ୍ଦ୍ର ଉପଭୋକ୍ତା ଏବଂ ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ।

9.ଦୌଡରାଣୀ ଦୁତୀଙ୍କୁ ଅର୍ଜୁନ ପୁରସ୍କାର, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ତାଲିକା ଘୋଷଣା କରିଛି କ୍ରୀଡା ମନ୍ତ୍ରଣାଳୟ । ଓଡିଶାରୁ ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଦୂତୀଙ୍କ ସହ 27 ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ।

10.କ୍ରୀଡା ମନ୍ତ୍ରାଣାଳୟର ଘୋଷଣା, ରୋହିତଙ୍କ ସହ 5 ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର

କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି ଜାତୀୟ କ୍ରୀଡା ପୁରସ୍କାର 2020ର ଚୁଡାନ୍ତ ତାଲିକା ।

Last Updated : Aug 21, 2020, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.