ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 23, 2020, 9:00 AM IST

1-ଯାନ୍ତ୍ରୀକ ତ୍ରୁଟି ପାଇଁ ଦିଲ୍ଲୀ-ଝାରସୁଗୁଡା ବିମାନ ବାତିଲ୍‌, ଯାତ୍ରୀ ଅସନ୍ତୋଷ

ଝାରସୁଗୁଡ଼ା ଜିଲ୍ଲା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସଜେଟ ବିମାନ ବାତିଲ ହେବା ପରେ ବିମାନ ବନ୍ଦରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ବାତିଲ କରାଯାଇଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

2-ଆଜି ସଂସଦରେ ମୌସୁମୀ ଅଧିବେଶନର ଶେଷ ଦିନ !

କୋରୋନା କାଳରେ ସେପ୍ଟେମ୍ବର 18ରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ସମସ୍ତ କୋଭିଡର ସମସ୍ତ ପ୍ରୋଟୋକଲ ମଧ୍ୟ ଜାରି ହୋଇଥିଲା । ହେଲେ ଅକ୍ଟୋବର 1 ଶେଷ ହେବାକୁ ଥିବା ଅଧିବେଶନକୁ ଆଗୁଆ ବନ୍ଦ କରାଯିବା ନେଇ ଜଣାପଡିଛି ।

3-ହୀରାକୁଦର ଖୋଲିଲା ଆଉ 4ଟି ଗେଟ୍‌

ହୀରାକୁଦରେ ଖୋଲିଲା ଆଉ 4 ଗେଟ । 9 ଗେଟ ଦେଇ ଜଳ ନିଷ୍କାସନ ହେଉଛି ଜଳ । ଉପର ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ସେକେଣ୍ଡ ପ୍ରତି 1,70,251 କ୍ୟୁସେକ ଜଳ ହେଉଛି ପ୍ରବେଶ ।

4-ଭିୱଣ୍ଡି କୋଠା ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା 33କୁ ବୃଦ୍ଧି

ମହାରାଷ୍ଟ୍ର ଭିୱଣ୍ଡିରେ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା 33କୁ ବୃଦ୍ଧି । ଏହାସହ ଭଗ୍ନ କୋଠାତଳେ ଏବେ ବି ଅନେକ ଫସି ରହିଥିବା ସୂଚନା ରହିଛି । ସମସ୍ତ 33 ମୃତ ବ୍ୟକ୍ତିଙ୍କୁ ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍ ଚିହ୍ନଟ କରିଛି ।

5-ସ୍ବେଚ୍ଛାକୃତ ଅବସର ନେଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ

ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ନିଜ ସେବାରୁ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି । ରାଜ୍ୟପାଳ ଫାଗୁ ଚୌହାନ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାଯାଇଛି । ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଏହା ସାମ୍ନାକୁ ଆସିଛି।

6-ବିଦ୍ୟୁତ୍‌ ବିଭାଗର ଅଣଦେଖା, ଦୀର୍ଘ 4ମାସ ଧରି ଅନ୍ଧାରରେ 20ଟି ବିପିଏଲ ପରିବାର

ଦୀର୍ଘ ଚାରିମାସ ହେଲାଣି ବିଜୁଳି ଆଲୁଅ ବିନା ଦିନ କାଟୁଛନ୍ତି ଦେବଗଡ଼ ଜିଲ୍ଲାର ନିମପଶି ଗ୍ରାମବାସୀ । ସେପଟେ ଟ୍ରାନ୍ସଫର୍ମର ପୋଡିଯାଇଥିବା ଓ ନୂଆଁ ଟ୍ରାନ୍ସଫର୍ମର ଲଗାଇବା ଆଳରେ ଲୋକଙ୍କ ପାଖରୁ ବକେୟା ବିଦ୍ୟୁତ ବିଲ ଆଦାୟ ପରେ ଆଉ ଦେଖା ଦେଉନାହାନ୍ତି ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ।

7-ସୌମେନ୍ଦ୍ର ମର୍ଡର ମିଷ୍ଟ୍ରିର ଫର୍ଦ୍ଦାଫାସ, ହତ୍ୟାକାରୀ ଦମ୍ପତି ଗିରଫ

ସଦର ସୌମେନ୍ଦ୍ର କୁମାର ଦାସ ମର୍ଡର ମିଷ୍ଟ୍ରିର ଖୋଲିଲା ଗୁମର । ଗିରଫ ହେଲେ ମର୍ଡର ମାଷ୍ଟର ମାଇଣ୍ଡ ସୁରଥ ସାମଲ ଓ ସ୍ତ୍ରୀ ରିତା ସାମଲ । ଘଟଣାକୁ 3 ଦିନ ପୁରିଥିଲା ବେଳେ ଆଜି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

8-ବିବାହ ପ୍ରତିଶ୍ରୁତି ଦେଇ ଯୁବତୀକୁ ଦୁଷ୍କର୍ମ, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ

ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ବୟାନ୍ ବଦଳାଇ ଅଭିଯୁକ୍ତକୁ ଖସାଇ ଦେବାକୁ ଉଦ୍ୟମ କରୁଛି ମୁନିଗୁଡା ପୁଲିସ୍। ଏପରିକି ପୀଡ଼ିତା ଓ ପରିବାର ଲୋକଙ୍କୁ ପୁଲିସ୍ ବାରମ୍ବାର ଥାନାକୁ ଡକାଇ ସକାଳ ଦିନ ଦିନ ଅଟକ ରାଖୀ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

9-ମନରେଗାରେ କର୍ମ ଯୋଗାଇବାରେ ନବରଙ୍ଗପୁର ଦ୍ବିତୀୟ

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ଜିଲ୍ଲାର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ମନେରେଗା ଅଧିନରେ ଶ୍ରମିକ କର୍ମ ଯୋଗାଇବାରେ ନବରଙ୍ଗପୁର ଜିଲ୍ଲା ଦ୍ବିତୀୟରେ ରହିଛି ବୋଲି ଅଧିକାରୀ ମାନେ କହିଥିଲେ ।

10-ଆଇପିଏଲରେ ରାଜସ୍ଥାନର ପ୍ରଥମ ବିଜୟ, 16 ରନରେ ହାରିଲା ଧୋନୀ ବାହିନୀ

ଆଇପିଏଲ 2020ରେ ପ୍ରଥମ ରାଜସ୍ଥାନର ପ୍ରଥମ ବିଜୟ । ଚେନ୍ନାଇ ସୁପରକିଙ୍ଗକୁ 16 ରନ ହରାଇଲା ରାଜସ୍ଥାନ ରୟାଲ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.