1.ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର, 2 ମାଓବାଦୀ ମୃତ
ତେଲେଙ୍ଗାନା-ଛତିଶଗଡ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ 2 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
2.ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଖଇରା ଥାନାରେ ଏତଲା ଦେଲେ ପ୍ରେମିକା ଚିନ୍ମୟୀ
ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି ସସପେନ୍ସ । ଆଦିତ୍ୟଙ୍କ ପରିବାର ବିରୋଧରେ ଖଇରା ଥାନାରେ ଏତଲା ଦେଲେ ତାଙ୍କ ପ୍ରେମିକା ଚିନ୍ମୟୀ ।
3.ଟ୍ବିନସିଟିର ନୂଆ ଟ୍ରାଫିକ ଡିସିପି ସୋମ୍ଯା ମିଶ୍ର, ଅମାନିଆଙ୍କୁ କରିବେ ସାବାଡ
ଯୋଗଦେଲେ ଦୈତ୍ବ ନଗରୀର ନୂଆ ଟ୍ରାଫିକ ଡିସିପି। ୨୦୧୪ ବ୍ଯାଚର ଆଇପିଏସ ଅଫିସର ସୌମ୍ଯା ମିଶ୍ରଙ୍କୁ ପୋଲିସ ସେବା ଭବନରେ ଦାୟିତ୍ବ ଦେଇଛନ୍ତି ପୋଲିସ କମିସନର।
4.ହାତୀ ଚଲାପଥ ପାଇଁ ନିର୍ମାଣ ହେବ ସୁଡଙ୍ଗ ରାସ୍ତା, ଆତଙ୍କିତ ଗ୍ରାମବାସୀ
55 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲିଥିବାବେଳେ ହାତୀ ମାନଙ୍କ ପାଇଁ ଏହି ଗାଇଲୋ ଛକ ନିକଟରେ ସୁଡଙ୍ଗ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଫଳରେ ଏହାକୁ ନେଇ ଆତଙ୍କିତ ଗ୍ରାମବାସୀ ।
5.ସେପ୍ଟେମ୍ବର 14ରେ ରାଜ୍ୟସଭା ଉପସଭାପତି ନିର୍ବାଚନ
ସେପ୍ଟେମ୍ବର 14ରେ ରାଜ୍ୟସଭା ଉପସଭାପତି ନିର୍ବାଚନ ହେବ । ଏଥିପାଇଁ ସେପ୍ଟେମ୍ବର 11 ତାରିଖ ଅପରାହ୍ନ 12ଟା ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ ।
6.ଏହି 5ଟି ରାଜ୍ୟରେ ରହିଛି 60% ଆକ୍ଟିଭ ମାମଲା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
କୋରୋନା ମାମଲା ମଧ୍ୟରୁ କେବଳ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ମୋଟ କୋରୋନା ମାମଲା 60%, ଆକ୍ଟିଭ ମାମଲା 62% ଏବଂ କୋରୋନା ମୃତ୍ୟୁ ହାର 70% ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି।
7.ଦିଲ୍ଲୀ ୟେଲୋ ଲାଇନକୁ ଗଡିଲା ମେଟ୍ରୋ, 4 ଘଣ୍ଟାରେ 7500 ଯାତ୍ରୀ କଲେ ଯାତ୍ରା
କୋରୋନା କାରଣରୁ 169 ଦିନ ବନ୍ଦ ରହିଥିବା ମେଟ୍ରୋ ସେବା ସୋମବାରଠୁ ପୁଣି ଟ୍ରାକରେ ଗଡିଛି । ଟ୍ରେନ ପ୍ରଥମେ ଦିଲ୍ଲୀ ୟେଲୋ ଲାଇନକୁ ଗଡିଛି ।
8.ବଡଗାମରେ ସେନାର ଏନକାଉଣ୍ଟର, 3 ଆତଙ୍କବାଦୀ ଲୁଚିଥିବା ସୂଚନା
ସୋମବାର ବଡଗାମର କାଓସା ଖାଲିସା ଅଞ୍ଚଳରେ ପୁନର୍ବାର ଏନକାଉଣ୍ଟର ଆରମ୍ଭ ହୋଇଛି ।
9.‘ଦେଶର ଦୁର୍ବଳ ମେରୁଦଣ୍ଡକୁ ଦରକାର ଆର୍ଥିକ ପ୍ରୋତ୍ସାହନ ଟନିକ’
ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର କହିଛନ୍ତି ଯେ ବର୍ତ୍ତମାନ ଅର୍ଥନୈତିକ ପ୍ରୋତ୍ସାହନକୁ ଏକ ଟନିକ ବୋଲି ବିଚାର କରାଯାଉ। "ଯେତେବେଳେ ରୋଗ ସମାପ୍ତ ହେବ, ସେତେବେଳେ ରୋଗୀ ଶୀଘ୍ର ନିଜ ବିଞ୍ଛଣାରୁ ଉଠି ପାରିବ।
10.ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଯୋଜନା କରୁଛି ପାକିସ୍ତାନ
ଥମିବାର ନାଁ ଧରୁନି ଭାରତ ଚୀନ୍ ସୀମା ବିବାଦ ମାମଲା । ତେବେ ଭାରତ-ଚୀନ୍ ସୀମା ବିବାଦ ବେଳେ ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଯୋଜନା କରୁଛି ପାକିସ୍ତାନ ।