ETV Bharat / bharat

TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 1, 2020, 7:24 PM IST

Updated : Jun 1, 2020, 8:05 PM IST

ନଜର ପକାନ୍ତୁ @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-at-7pm
TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

1. ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା

ବିଧାନସଭାରେ ସଞ୍ଚୟ ହେବ ବିଦ୍ୟୁତ। ଲାଗିବ ସୌର ଶକ୍ତି। ଆସନ୍ତା 4 ମାସ ମଧ୍ୟରେ ବିଧାନସଭା ସମ୍ପୂର୍ଣ୍ଣ ସୌର ଶକ୍ତି ଲାଗିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

2. 10 ତାରିଖ ପରେ ବସିବ ବିଧାନସଭା କମିଟି ବୈଠକ

ବିଧାନସଭାରେ ବିଭିନ୍ନ କମିଟି ବୈଠକ ଆସନ୍ତା 10 ତାରିଖ ପରଠାରୁ ଆରମ୍ଭ କରିବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି।

3. ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରିତ, ଆଲୋଚନାରେ ହେବ ସମାଧାନ: ଚୀନ

ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ସମୟରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ ଲିଜନ ମନ୍ତବ୍ୟ ଦେଇଛନ୍ତି।

4. ଜୁଲାଇ 31 ଯାଏଁ ରାଜ୍ୟରେ ଖୋଲିବ ନାହିଁ କୌଣସି ଶିକ୍ଷାନୁଷ୍ଠାନ

ଅନଲକ-1 ପାଇଁ ରାଜ୍ୟ ସରକାରଙ୍କର ନୂଆ ଗାଇଡ଼ ଲାଇନ। ସ୍କୁଲ, କଲେଜ, ସପିଂ ମଲ ଓ ଜିମ୍ ଖୋଲିବା ନେଇ ବଡ ନିଷ୍ପତି ନେଇଛନ୍ତି ସରକାର।

5. ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ହିସାବ ରାଜ୍ୟବାସୀଙ୍କ ନିକଟରେ ରଖିଲା ରାଜ୍ୟ ବିଜେପି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ତଥ୍ୟ ରଖିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

6. ‘ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା କମ’

ମୌସୁମୀ ଓ ପବନର ଦିଗ ଉପରେ ପଙ୍ଗପାଳ ଆସିବା ନିର୍ଭୟ କରେ । ଏପରିକି ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା ଖୁବ କମ ବୋଲି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ପ୍ରକାଶ କରିଛନ୍ତି ।

7. ଷ୍ଟାରଙ୍କ ନାଁରେ ପ୍ରବାସୀ ଶ୍ରମିକଙ୍କ ଠୁ ଟଙ୍କା ଆଦାୟ, ଜବାବ ଦେଲେ ସୋନୁ

ପ୍ରବାସୀମାନଙ୍କୁ ଘରକୁ ପଠାଇ ସାହାଯ୍ୟ କରୁଥିବା ସୋନୁ ସୁଦଙ୍କ ନାଁରେ କିଛି ଲୋକ ଫାଇଦା ମଧ୍ୟ ଉଠାଉଛନ୍ତି । ଏପରି ଲୋକଙ୍କ ଠାରୁ ଦୂରେଇ ରହିବାକୁ ସୋନୁ ଶ୍ରମିକମାନଙ୍କୁ ଚେତାବନୀ ଦେଇଛନ୍ତି ।

8. ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଡିଜି ଭାବରେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି । ଦାୟିତ୍ବ ଗ୍ରହଣ ପରେ ହୋମଗାର୍ଡଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ କହିଲେ ଅଫିସର ମହାନ୍ତି ।

9. ରାଜ୍ୟରେ 2 ହଜାର ଟପିଲା କୋରୋନା ପଜିଟିଭ ସଂଖ୍ୟା

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 156 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 2104କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ସଂଖ୍ୟା 969 ରହିଛି ।

10. ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଆଶା: ଅମିତ ଶାହା

ବର୍ତ୍ତମାନର ସୀମା ବିବାଦକୁ ନେଇ କୂଟନୈତିକ ଏବଂ ସାମରିକ ସ୍ତରରେ ଚୀନ୍ ସହ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

Last Updated : Jun 1, 2020, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.