ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ସମ୍ପୂର୍ଣ୍ଣ ଖବର

TOP NEWS@5PM ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 30, 2020, 5:14 PM IST

1.ହାଇକୋର୍ଟରେ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ; 9 ରେ ଶୁଣାଣି, ଜବାବ ରଖିବେ କମିଶନର

ମୂର୍ତ୍ତି ନିର୍ମାଣକୁ ନେଇ ପୋଲିସ କମିଶନରଙ୍କ ନିର୍ଦେଶନାମା ସମ୍ପର୍କରେ କୋର୍ଟରେ ଆଜି ଶୁଣାଣି ହୋଇଛି। ଏନେଇ ଜବାବ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

2.ଆସିଲା ବାବ୍ରି ମସଜିଦ ରାୟ, ପ୍ରତିକ୍ରିୟା ରଖିଲେ ପ୍ରଦୀପ

ବାବ୍ରି ମସଜିଦ ଭଙ୍ଗା ମାମଲା ରାୟ ଆସିଲା ପରେ କଣ କହୁଛନ୍ତି ଓଡିଶା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।

3.ଆବାସ ଯୋଜନାରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ PEO

ଅନୁଗୋଳ କିଶୋରନଗରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ କରିବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।

4.ନୃଶଂସ ପୁଅର କଟୁରୀ ଚୋଟରେ ବାପା ମୃତ

ପୁଅର କଟୁରୀ ଚୋଟରେ ବାପର ମୃତ୍ୟୁ । ଏପରି ସାଙ୍ଘାତିକ ଘଟଣା ଘଟିଛି ବିଂଝାରପୁର ଥାନା ବାଛଳ ଗାଁରେ ।

5.ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ନେଇ ଅସନ୍ତୋଷ ଜାହିର କଲେ ହାଇକୋର୍ଟ

ଭୁବନେଶ୍ବରରେ ଜଣେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ କରାଯାଇଥିବା ମାମଲା ରୁଜୁ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଅସନ୍ତୋଷ ଜାହିର କଲେ ହାଇକୋର୍ଟ ।

6.'ଅସାମାଜିକ ତତ୍ତ୍ବ ଭାଙ୍ଗିଥିଲେ ବାବ୍ରୀ ଢାଞ୍ଚା, ଭିଡ ଅଟକାଇବାକୁ ପ୍ରୟାସ କରିଥିଲେ ଅଭିଯୁକ୍ତ'

ସ୍ବତନ୍ତ୍ର ବିଚାରପତି ଏସ.କେ ଯାଦବ କହିଛନ୍ତି ଯେ କେବଳ ଫଟୋଗ୍ରାଫ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ସମସ୍ତ ଅଭିଯୁକ୍ତ ବାବ୍ରୀ ଢାଞ୍ଚାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହଠାତ ଜନସାଧରଣଙ୍କ ଭିଡ ସେଠାରେ ପହଞ୍ଚି ଢାଞ୍ଚା ଧ୍ବଂସ କରିଦେଇଥିଲେ ।

7.ବାବ୍ରୀ ବିଧ୍ବଂସ ମାମଲା: ଅଦାଲତଙ୍କ ରାୟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ବାବ୍ରୀ ମସଜିଦ ଧ୍ବଂସ ରାୟ ଆସିବା ପରେ କଂଗ୍ରେସ ଏହା ଉପରେ ଏକପାଖିଆ ପ୍ରତିକ୍ରିୟା ରଖିଛି । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବାର ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ପ୍ରତିକୂଳ ବୋଲି କହିଛି କଂଗ୍ରେସ ।

8.ବାବ୍ରି ମସଜିଦ ମାମଲା: ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ ସୁନ୍ନୀ ୱାକଫ୍ ବୋର୍ଡ

ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସିବିଆଇ ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ସହିତ ଭାରତୀୟ ଜନତା ପାର୍ଟିରେ ଖୁସିର ବାତାବରଣ ସୃଷ୍ଟି ହୋଇଥିବାବେଳେ ମସଜିଦ୍ ପକ୍ଷରୁ ଉଚ୍ଚ ଅଦାଲତ ଯିବାକୁ ପ୍ରସ୍ତୁତି କରାଯାଉଛି ।

9.ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ସିଏମ ନିତିଶଙ୍କୁ ଭେଟିଲେ ପରିବାର

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ବିଷୟରେ ଆଲୋଚନା କରିବାକୁ ସିଏମ ବାସଭବନରେ ପହଞ୍ଚି ନିତୀଶଙ୍କୁ ଭେଟିଲେ ପିତା କେକେ ସିଂ ।

10.ଆଇପିଏଲ ସମର: ରୟାଲ୍ସର ରନ ବର୍ଷାରେ ରୋକ ଲଗାଇବାକୁ ତୟାର କେକେଆର

ଆଜି ଆଇପିଏଲର ଦ୍ବାଦଶ ମ୍ୟାଚ । ରାଜସ୍ଥାନ ରୟାଲ୍ସ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ହେବ ଲଢେଇ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.