ETV Bharat / bharat

TOP NEWS @5PM: ବର୍ତ୍ତମାନର ବଡ ଖବର

author img

By

Published : Jun 28, 2020, 5:00 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM
TOP NEWS @5PM: ବର୍ତ୍ତମାନର ବଡ ଖବର

1.ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ବର ଗାଁର ଜଣେ ପ୍ରବାସୀଙ୍କ ମୃତ୍ୟୁ । 14 ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିବା ପରେ ମୃତ୍ୟୁ ହୋଇଛି ।

2.ଭୁବନେଶ୍ବରରେ ପୁଣି 6 କୋରୋନା ପଜିଟିଭ ଚିହ୍ନଟ, 19 ସୁସ୍ଥ

ରବିବାର ଭୁବନେଶ୍ବରରେ 6 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 19 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

3.ଦଳୀୟ କର୍ମୀଙ୍କ ସହ ମୟୂରଭଞ୍ଜରେ ଜନ୍ମଦିନ ପାଳିଲେ ବବି ଦାସ

ଜନ୍ମମାଟି ଛାଡ଼ି କର୍ମ ଭୂମିରେ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିଲେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଜେଡି ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ।

4.ଓଡିଶାରେ ପ୍ରଥମ କରି ଲଞ୍ଚ ହେଲା ବନ୍ୟଜନ୍ତୁ ତଥ୍ୟ ସମ୍ପର୍କିତ ଆପ୍

ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ଚାଲିଥିବା ଛକାପଞ୍ଛାକୁ ନିୟନ୍ତ୍ରଣ କରିବାକୁ ବନ ବିଭାଗ ଲଞ୍ଚ କଲା 'ଅନୁଗୋଳ ବନ ସାଥୀ' ଆପ୍ ।

5.ପ୍ରବାସୀ ଡାକ୍ତରଙ୍କୁ ମୋଦିଙ୍କ ସମ୍ବୋଧନ: ଜନତା ଏକାଠି ଲଢୁଛନ୍ତି କୋଭିଡ ଲଢେଇ

ମହାମାରୀ କୋରୋନା ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ପ୍ରାରମ୍ଭିକ ପର୍ଯ୍ୟାୟକୁ ସଫଳ ବୋଲି କହିଛନ୍ତି ମୋଦି ।

6.ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ ବଢିବନି କୋରୋନା ହାର: ଅମିତ ଶାହ

ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦାବି କରିଛନ୍ତି । ଏହି ଦାବିକୁ ଖାରଜ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

7.ଆସନ୍ତାବର୍ଷ ଦଶମ ବୋର୍ଡ ପରୀକ୍ଷା ନକରିବାକୁ କପିଲ ସିବଲଙ୍କ ଅପିଲ

ମହାମାରୀ କୋରୋନାର ପ୍ରକୋପରେ ପ୍ରଭାବିତ ଛାତ୍ରଛାତ୍ରୀ । ଏପରିସ୍ଥିତିରେ ଆଗାମୀ ବର୍ଷ ମଧ୍ୟ ଦଶମ ବୋର୍ଡ ପରୀକ୍ଷା ନକରାଇବାକୁ ଅପିଲ କରିଛନ୍ତି ପୂର୍ବତନ ଶିକ୍ଷା ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀ କପିଲ ସିବଲ ।

8.ଟିକଟକ୍ ଲୋଗୋରେ ଲାଗିଲା ଭାରତ ପତାକା, ‘RIP' କହିଲେ ୟୁଜର୍ସ

ଚୀନ୍‌ର ଲୋକପ୍ରିୟ ସର୍ଟ ଭିଡିଓ ମେକିଂ ଆପ୍ ଟିକଟକ୍ ନିଜର ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ­­­ ପ୍ରୋଫାଇଲ୍‌ ଫଟୋରେ ଭାରତ ପତାକାକୁ ସାମିଲ କରିଛି ।

9.କୋରୋନିଲକୁ ନେଇ ଅଡୁଆରେ ବାବା ରାମଦେବ, ଚଣ୍ଡିଗଡରେ ମାମଲା ରୁଜ୍ଜୁ

ହତ୍ୟା ଉଦ୍ୟମ କରୁଥିବା ନେଇ ବାବା ରାମଦେବ ଏବଂ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ୍ ବିରୋଧରେ ଚଣ୍ଡିଗଡ଼ ଜିଲ୍ଲା କୋର୍ଟ ଅପରାଧିକ ମାମଲା ରୁଜ୍ଜୁ କରିଛି । ସୋମବାର ଚଣ୍ଡିଗଡ଼ କୋର୍ଟରେ ହେବ ଶୁଣାଣି ।

10.ସଂକ୍ରମଣ ବଢିଲେ ବି ସୁସ୍ଥ ହେଉଛି ଭାରତ: ଆରୋଗ୍ୟ ହାର 58.56 ପ୍ରତିଶତକୁ ବୃଦ୍ଧି

ଦେଶରେ କୋରୋନା ଆରୋଗ୍ୟ ହାର 58 ପ୍ରତିଶତରୁ ବୃଦ୍ଧି ପାଇ 58.56 ପ୍ରତିଶତରେ ପହଞ୍ଚିଛି । ଏଯାବତ୍ ଦେଶରେ ମୋଟ କୋରୋନା ସଂକ୍ରମଣ ରିପୋର୍ଟ 5 ଲକ୍ଷ 28 ହଜାର 859 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.