1.ରାଜ୍ୟରେ ପୁଣି କୋରୋନା ନେଲା 15 ଜୀବନ, ମୃତ୍ୟୁ ସଂଖ୍ୟା 736 କୁ ବୃଦ୍ଧି
ରାଜ୍ୟରେ ଥମୁନି କୋରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପଜିଟିଭ ସଂଖ୍ୟା ରିପୋର୍ଟ ହେଉଛି । ଯାହାଦ୍ବାରା କୋରୋନାରେ ଗଲାଣି ଅନେକ ଜୀବନ ।
2.ରାଜ୍ୟରେ ବେକାବୁ କୋରୋନା, ଗୋଟିଏ ଦିନରେ 4237 ଆକ୍ରାନ୍ତ ଚିହ୍ନଟ
ବୁଧବାର ରାଜ୍ୟରୁ 4237 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,92,548ରେ ପହଞ୍ଚିଛି ।
3.ମୃତ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ ଉପରେ ରୋକ ଲଗାଇଲେ ସରକାର
ରାଜ୍ୟରେ କୌଣସି ମୃତ ବ୍ୟକ୍ତି କୋରୋନା ଟେଷ୍ଟ କରାଯିବ ନାହିଁ । ଏନେଇ ଆଜି ସମସ୍ତ ହସ୍ପିଟାଲକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
4.ରାଜ୍ୟସଭାରେ ଆଶାକର୍ମୀ ଓ ଅଙ୍ଗନବାଡିଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି
ବୁଧବାର ରାଜ୍ୟସଭାରେ ଅଙ୍ଗନବାଡି ଓ ଆଶା କର୍ମୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସୁବାଷ ସିଂ ଏହି ଦାବି ରଖିଛନ୍ତି ।
5.ମୋଦି ସରକାର ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ବିକ୍ଷୋଭ
ସାରା ଦେଶରେ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ବିରୋଧ କରାଯାଉଛି। ଏହି ଅବସରରେ ଓଡ଼ିଶାର ୬ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଆଜି(ବୁଧବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
6.ଜବରଦଖଲକାରୀଙ୍କ କବ୍ଜାରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୫ ଏକର ଜମି
ରାଜ୍ୟର ସର୍ବ ପୁରାତନ ମହାବିଦ୍ୟାଳୟ ଆଜି ଜମି ମାଫିଆ ଓ କିଛି ଅସାଧୁ ବ୍ୟକ୍ତିଙ୍କ କବ୍ଜାରେ । ମହାବିଦ୍ୟାଳୟ ଜମିର ମୋଟ ଜମିରୁ ୧୫% ଜମି ଏବେ ଜବରଦଖଲକାରୀଙ୍କ କବଳରେ ଥିବା ଅଭିଯୋଗ ହେଉଛି ।
7.ଦେଶରେ କୋଭିଡ୍ ସୁସ୍ଥ ହାର 81.25 ପ୍ରତିଶତକୁ ବୃଦ୍ଧି
କ୍ରମାଗତ ପଞ୍ଚମ ଦିନରେ ଦେଶରେ ସୁସ୍ଥ ହାର ନୂତନ ରେକର୍ଡ କରିଛି । ଗତ 24 ଘଣ୍ଟା ମଧ୍ୟରେ 89,746 ଜଣ ସୁସ୍ଥ ହୋଇଥିବା ବେଳେ 83,347 ଟି ନୂତନ ମାମଲା ଚିହ୍ନଟ ହୋଇଛି। ଫଳରେ ଆଜି ସୁସ୍ଥ ହାର 81.25 ପ୍ରତିଶତକୁ ବୃଦ୍ଧି ପାଇଛି ।
8.ଶ୍ରମ ସଂସ୍କାର ସହ ଜଡିତ ତିନୋଟି ବିଲ୍ ରାଜ୍ୟସଭାରେ ପାରିତ
ରାଜ୍ୟସଭାରେ ଶ୍ରମିକଙ୍କ ସହ ଜଡିତ ତିନୋଟି ବିଲ୍ ପାରିତ ହୋଇଛି । ଶ୍ରମିକ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ସଂହିତା-2020, ଶିଳ୍ପ ସମ୍ପର୍କ ସଂହିତା,2020 ଏବଂ ସାମାଜିକ ସୁରକ୍ଷା ସଂହିତା, 2020 ପାରିତ ହୋଇଛି ।
9.ରାଜ୍ୟସଭାରେ ଆର୍ଥିକ ଚୁକ୍ତିନାମା ଓ ବୈଦେଶିକ ଯୋଗଦାନ ସମ୍ବନ୍ଧୀୟ ବିଧେୟକ ପାରିତ
ଆର୍ଥିକ ଚୁକ୍ତିନାମା ଦ୍ବିପାକ୍ଷିକ ନେଟିଂ ବିଲ୍, 2020 ରାଜ୍ୟସଭାରେ ପାରିତ ହୋଇଛି। ଏହାସହ ବୈଦେଶିକ ଯୋଗଦାନ (ନିୟମାବଳୀ) ସଂଶୋଧନ ବିଲ୍, 2020 (FCRA) ମଧ୍ୟ ରାଜ୍ୟସଭାରୁ ପାରିତ ହୋଇଛି।
10.କୃଷିବିଲ୍କୁ ତେଜସ୍ବୀଙ୍କ ବିରୋଧ, କହିଲେ ଦେଶରେ ବଢିବ କଳାବଜାରୀ
କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା କୃଷି ବିଲ୍ ପ୍ରସଙ୍ଗରେ ସମଗ୍ର ଦେଶରେ ବିରୋଧ ଜାରି ରଖିଛି। ବିହାର ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।