ETV Bharat / bharat

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 21, 2020, 3:05 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ସତ୍ୟନଗର ଶ୍ମଶାନରେ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ସତ୍ୟନଗର ଶ୍ମଶାନରେ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ । ମୁଖାଗ୍ନି ଦେଲେ ବିଜୟ ମହାନ୍ତିଙ୍କ ଜ୍ବାଇଁ ଦେବଦତ୍ତ ଦାସ ।

2.ବିଜୟଙ୍କ ଦେହାନ୍ତ ପରେ ଟିଭିକୁ ଚାହିଁ ରହିଛନ୍ତି ମା’

ବିଜୟଙ୍କ ମା ଶାନ୍ତିଲତା ବିଜୟଙ୍କ ଦେହାନ୍ତ ଖବର ଜାଣି ପାରିନାହାଁନ୍ତି। କେବଳ ଟିଭିକୁ ଜଳ ଜଳ କରି ଚାହିଁ ରହୁଛନ୍ତି ଓ ବିଜୟ ମୋ ପୁଅ ସେ ବହୁତ୍ ସିନେମା କରିଛି ବୋଲି ଗୁଣୁଗୁଣୁ ହେଉଛନ୍ତି।

3.ଲକଡାଉନରେ ରାଜଧାନୀରେ ହଣାକଟା: କଟୁରୀରେ ଗୋଡେଇ ହାଣିଲେ ଦୁର୍ବୃତ୍ତ

ପୂର୍ବଶତୃତାକୁ କେନ୍ଦ୍ର କରି ବାପୁଜୀନଗର ଓଭରବ୍ରିଜ ଉପରେ କଟୁରୀରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ କ୍ୟାପିଟାଲ ଆଇଆଇସିଙ୍କ ସହ ଏକ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି ।

4.'ଇଟିଭି ଭାରତ' ମହାପ୍ରଭାବ; ଅସହାୟକୁ ସାହା ହେଲେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ

ଶେଷରେ ଶୁଣିଲା ପ୍ରଶାସନ । ଅସହାୟ ପରିବାର ଦୁଃଖ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଖୋଦ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ସହାୟତାର ହାତ ବଢାଇଛନ୍ତି ।

5.MKCGରେ ଆରମ୍ଭ ହେଲା ପ୍ଲାଜମା ଥେରାପି

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ଏହାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଏମକେସିଜିରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରାଯାଇଛି ।

6.କୋରୋନା କାଳ: ସଂକ୍ରମଣରେ ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ

ପ୍ରତ୍ୟେକ ଦିନ ସଂକ୍ରମଣ ଗ୍ରାଫ ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଝାଡଖଣ୍ଡ ଧାନବାଦରେ ଏହି ସଂକ୍ରମଣରେ ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ ହୋଇଛି ।

7.ଏଥର ଫିକା ପଡିବ ହଜ୍ ଯାତ୍ରା, ତୀର୍ଥଯାତ୍ରୀଙ୍କୁ ସାଉଦି ମନା

ଜୁଲାଇ 31 ରୁ ଆରମ୍ଭ ହେବାକୁ ଥିବା ଚଳିତ ବର୍ଷର ହଜ୍ ପାଇଁ ଚୟନ ପ୍ରକ୍ରିୟା କ’ଣ ହେବ ସେ ନେଇ ରାଜ୍ୟ ଗୁଡିକ ମଧ୍ୟ ସୂଚନା ଦେଇ ନାହାନ୍ତି।

8.ଶହୀଦ ସମ୍ମାନ ପାଇବେ କୋରୋନା ଡ୍ୟୁଟିରେ ମୃତ ଯବାନ, ପରିବାରକୁ ମିଳିବ 15 ଲକ୍ଷ

କୋଭିଡ-19 ଡ୍ୟୁଟିରେ ଥିବାବେଳେ ଯବାନଙ୍କ ମୃତ୍ୟୁ ହେଲେ ତାଙ୍କୁ ଶହୀଦ ଘୋଷଣା କରାଯିବ। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବାହିନୀ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଥିଲା ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି ।

9.କେଜ୍ରିୱାଲ ସରକାରଙ୍କ ବଡ ନିଷ୍ପତ୍ତି, ଘରେଘରେ ପହଞ୍ଚିବ ରାସନ୍ ସାମଗ୍ରୀ

କୋରୋନା ଅବଧିରେ ଦିଲ୍ଲୀ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ ବୈଠକରେ ‘ମୁଖ୍ୟମନ୍ତ୍ରୀ ଘର-ଘର ରାସନ ଯୋଜନା’ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

10.ବ୍ରାଜିଲ ଅନୁରୋଧରେ 60ଟି ବ୍ୟାଙ୍କଖାତାକୁ ଅଚଳ କରିବ ଇଡି

ଦେଶରେ ମନି ଲଣ୍ଡରିଂ ମାମଲାରେ ବ୍ରାଜିଲ ସରକାରଙ୍କ ଅନୁରୋଧ କ୍ରମେ ଦେଶରେ 60 ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବାକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପ୍ରକ୍ରିୟା ଆରମ୍ଭ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.