ETV Bharat / bharat

TOP NEWS@1PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top news at 1pm
TOP NEWS@1PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 4, 2020, 1:00 PM IST

1. ରାଜ୍ୟରେ 90 ନୂଆ ପଜେଟିଭ୍‌ ଚିହ୍ନଟ, ସଂଖ୍ୟା 2478କୁ ବୃଦ୍ଧି

ରାଜ୍ୟରେ ଆଉ 90ଟି ନୂଆ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ପାଇଛି ।

2.‘ଅଷ୍ଟ୍ରେଲିଆ ସହ ଆମ ସମ୍ବନ୍ଧ ମଜଭୁତ ଓ ଭବିଷ୍ୟ ଉଜ୍ବଳ’

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି।

3.ରାଜୀବ ବଜାଜଙ୍କ ସହ ରାହୁଲଙ୍କ ଆଲୋଚନା: ଅର୍ଥନୀତିକୁ ଖରାପ କରିଛି କଠୋର ଲକଡାଉନ୍

ରାଜୀବ ବଜାଜଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା । ଅର୍ଥନୀତିକୁ ଖରାପ କରିଛି କଠୋର ଲକଡାଉନ୍ କହିଲେ ରାଜୀବ ।

4.ପ୍ରତିରକ୍ଷା ସଚିବ ଅଜୟ କୁମାର କୋରୋନା ପଜେଟିଭ ଚିହ୍ନଟ

ପ୍ରତିରକ୍ଷା ସଚିବ ଅଜୟ କୁମାର କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ହୋମ କ୍ବାରେଣ୍ଟାଇନରେ ଥିବା ସୂଚନା ରହିଛି ।

5.ଆସନ୍ତାକାଲି ସ୍ନାନଯାତ୍ରା, ପଟି ଦିଅଁ ପୂଜା ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସରକୁ ବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟି ଦିଅଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ତେବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

6.କ୍ଷତି ସହୁଛନ୍ତି କ୍ଷୁଦ୍ର ବ୍ୟବସାୟୀ, କେବେ ମିଳିବ ସରକାରୀ ସହାୟତା...

ବସ ଚାଲୁଥିଲା । ଲୋକମାନେ ଚଳପ୍ରଚଳ କରୁଥିଲେ । ସହରରେ ଭିଡ ଜମୁଥିଲା । ଆଉ ବ୍ୟବସାୟ ବି ଜମୁଥିଲା । ଉପକୃତ ହେଉଥିଲେ ଉଠା ଦୋକାନୀ । ମାତ୍ର କୋରୋନା ସେସବୁକୁ ସତେ ଯେପରି ଛଡାଇ ନେଇଛି । ଲକ ଡାଉନରେ ଲକ ହୋଇଯାଇଛି ଉଠା ଦୋକାନୀଙ୍କ ଭାଗ୍ୟ ।

7.ଗର୍ଭବତୀ ହାତୀ ହତ୍ୟା ଘଟଣାର କଡା ତଦନ୍ତ କରାଯିବ:ପ୍ରକାଶ ଜାଭେଦକର

ଗର୍ଭବତୀ ହାତୀ ହତ୍ୟା ଘଟଣାର କଡା ତଦନ୍ତ କରାଯିବ ଏବଂ ଦୋଷୀକୁ କଠୋର ଦଣ୍ଡ ଦିଆଯିବ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ।

8.ସୁଧୁରୁଛି ବନ୍ୟା ପରିସ୍ଥିତି: 11 ଜିଲ୍ଲାର 72 ହଜାର ଲୋକ ପ୍ରଭାବିତ, 10 ମୃତ

ଆସାମ ବନ୍ୟାରେ ଲକ୍ଷାଧିକ ଲୋକ ନିଜ ଘର ଛାଡି ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି । ଏଥିରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

9. କୋରୋନା ଆକ୍ରାନ୍ତଙ୍କ ମୃତଦେହ ପରିଚାଳନା ପାଇଁ ଡିଡିଏମଏର ନିର୍ଦ୍ଦେଶନାମା ଜାରି

ଦିଲ୍ଲୀର ଡାକ୍ତରଖାନାଗୁଡ଼ିକର କୋରୋନା ପଜେଟିଭ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତଦେହ ପରିଚାଳନା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ନିର୍ଦ୍ଦେଶ ଜାରି କରିଛି।

10. ଆନ୍ଦୋଳନକାରୀ ଭାଙ୍ଗିଦେଲେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କ୍ଷମା ମାଗିଲା ଆମେରିକା

ୱାଶିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଘଟଣାପରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନ ଜଷ୍ଟର କ୍ଷମା ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.