ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@ 11 AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Aug 16, 2020, 11:03 AM IST

1-କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 63,489 ପଜିଟିଭ, 944 ମୃତ

ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ମାମଲା । ସେପଟେ ଏହାକୁ ନଜରରେ ରଖି ଆଇସିଏମଆର ପକ୍ଷରୁ ପ୍ରତ୍ୟେକ ଦିନ କରାଯାଉଛି ଲକ୍ଷାଧିକ କୋରୋନା ଟେଷ୍ଟ ।

2-କୋରୋନା ସୁସ୍ଥ ହାର 71.61% କୁ ବୃଦ୍ଧି, ଦିନକରେ ସର୍ବାଧିକ ୫୭,୩୮୧ ସୁସ୍ଥ

ଦେଶରେ ଗତ 24 ଘଣ୍ଟା ମଧ୍ୟରେ ୫୭,୩୮୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପୁନରୁଦ୍ଧାର ପଞ୍ଜିକୃତ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରୁ 18 ଲକ୍ଷ 8 ହଜାର 936 ଲୋକ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ହାର 71.61% କୁ ବୃଦ୍ଧି ପାଇଛି ।

3-ବେଙ୍ଗାଲୁର ହିଂସା; ଡିଜେ ହାଲି ଓ କେଜି ହାଲି ଅଞ୍ଚଳରେ ଧାରା 144 ବଳବତ୍ତର

କର୍ଣ୍ଣାଟକରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଚକୁ ନେଇ ହିଂସା ଘଟଣା ଥମିବାର ନାଁ ନେଉନି। ଏହି ମାମଲାରେ ଡିଜେ ହାଲୀ ଏବଂ କେ.ଜି ହଲି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଅଞ୍ଚଳରେ ଧାରା 144ର ଲାଗୁ ଅବଦ୍ଧିକୁ 18 ଅଗଷ୍ଟ ସକାଳ 6ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

4-ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ,‘ସଦୈଭ ଅଟଳ’ରେ ଦିଆଗଲା ଶ୍ରଦ୍ଧା ସୁମନ

ରାଜନୀତିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀଙ୍କ ରବିବାର(ଆଜି) ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ। 2018 ଅଗଷ୍ଟ 16ରେ ଲିଭି ଯାଇଥିଲା ଏହି ମହାନ ପୁରୁଷଙ୍କ ଜୀବନ ଦୀପ । ‘ସଦୈଭ ଅଟଳ’ରେ ପହଞ୍ଚି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ।

5-ବାଲୁକା କଳାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଜନୀତିର ପିତାମହ ଭୀଷ୍ମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

6-52 ବର୍ଷରେ କେଜ୍ରିୱାଲ, ଶୁଭେଚ୍ଛା ଜଣାଇଲେ ମୋଦି

ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

7-ଭାଦ୍ରବ କୃଷ୍ଣ ଦ୍ବାଦଶୀରେ ଆଜି ଶ୍ରୀବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ

ଶ୍ରୀମନ୍ଦିରରେ ଆଜି ସମ୍ପନ୍ନ ହେବ ପ୍ରଳମ୍ବାସୁର ବଧ ବେଶ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହେବାର ବିଧି ରହିଛି । ଏହି ଦିନ ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ ।

8-ଦୀର୍ଘ 5 ମାସ ଅପେକ୍ଷାର ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା ବୈଷ୍ଣୋ ଦେବୀ ମନ୍ଦିର

ଦୀର୍ଘ 5 ମାସ ପରେ ବୈଷ୍ଣୋ ଦେବୀ ମନ୍ଦିରକୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ଯାଇଛି। । ମନ୍ଦିର ଭିତରକୁ ଦିନକୁ ୨୦୦୦ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ।

9-ବଜ୍ରାଘାତରେ ଜଣେ ନାବାଳିକା ମୃତ, 3 ଆହତ

ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ । ଏହାସହ 3 ଜଣ ଆହତ ହୋଇଛନ୍ତି ।

10-ଐତିହାସିକ ମୁହୂର୍ତ୍ତ, ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡିଲା ତ୍ରିରଙ୍ଗା

ଇତିହାସରେ ପ୍ରଥମ ଥର ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡିଲା ତ୍ରିରଙ୍ଗା ପତାକା । ନ୍ୟୁୟର୍କରେ ଥିବା ଭାରତର କନସୁଲ ଜେନେରାଲ ରନ୍ଧିର ଜୈଶୱାଲା କରିଛନ୍ତି ପତାକା ଉତ୍ତୋଳନ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.