ETV Bharat / bharat

TOP NEWS@1 PM, ଦେଖନ୍ତୁ ବର୍ତ୍ତମାନର ବଡଖବର - big news of the day

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1 PM
TOP NEWS@1 PM, ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 11, 2020, 1:00 PM IST

1-ରାଜ୍ୟରେ ଅସମ୍ଭାଳ କୋରୋନା ସ୍ଥିତି, ଦିନକରେ ସର୍ବାଧିକ 3996 ଚିହ୍ନଟ

ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। 30 ଟି ଜିଲ୍ଲାରେ ସର୍ବାଧିକ 3996 ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଲକ୍ଷେ ହଜାର ଆକ୍ରାନ୍ତ ପାର ହୋଇଥିବା ବେଳେ ପୁଣି ଥରେ ଖୋର୍ଦ୍ଧାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ।

2-ଦିନକରେ 14 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 600 ପାର୍

ରାଜ୍ୟରେ ଦିନକରେ 14 ଜଣଙ୍କ ପ୍ରାଣ ନେଲା ମହାମାରୀ କୋରୋନା । ମୃତ୍ୟୁ ସଂଖ୍ୟା 605କୁ ବୃଦ୍ଧି ।

3-ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ହ୍ବିପ ଜାରି କଲା ବିଜେଡି

ଆସନ୍ତା 14ରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏନେଇ ବିଜୁ ଜନତା ଦଳର ସମସ୍ତ ସାଂସଦଙ୍କ ପାଇଁ ଦଳୀୟ ହ୍ବିପ ଜାରି କରାଯାଇଛି ।

4-ମସ୍କୋରେ ଋଷ ସହ ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ଆରଆଇସି ଅନୁସାରେ, ତିନି ଦେଶର ବୈଦେଶିକ ମନ୍ତ୍ରୀମାନେ ସେମାନଙ୍କର ଆଗ୍ରହର ଦ୍ବିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସମୟ ସମୟରେ ସାକ୍ଷାତ କରନ୍ତି । ସେହି କ୍ରମରେ ଗୁରୁବାର ମସ୍କୋଠାରେ ପୁଣି ଥରେ ହୋଇଥିଲା ଋଷ, ଭାରତ ଏବଂ ଚୀନ (ଆରଆଇସି) ବୈଠକ ।

5-ସେନାର ଗୁଳିରେ ଟଳିଲା ଆଉ ଏକ ଆତଙ୍କବାଦୀ

ଶୁକ୍ରବାର ଜାମ୍ମୁ କାଶ୍ମୀର ବଡଗାମର କାୱୋସା ଖାଲିସା ଅଞ୍ଚଳରେ ହୋଇଥିବା ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଭାରତୀୟ ସେନାର ଉତ୍ତର କମାଣ୍ଡ କହିଛି।

6-ପୁଣି ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍

ନିଜ ବଦମାସି ଛାଡୁନି ପାକିସ୍ତାନ । ଏଲଓସି ନିକଟରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଶୁକ୍ରବାର ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମାନକୋଟ ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

7-ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ପ୍ରାର୍ଥୀ ପତ୍ର ଦାଖଲ କଲେ ମନୋଜ ଝା

ଆସନ୍ତା 14 ତାରିଖରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ। ଏନେଇ ଆଜି ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି)ର ମନୋଜ ଝା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମନୋଜଙ୍କୁ 12 ବିରୋଧୀ ଦଳଙ୍କ ସମର୍ଥନ ଥିବା ଜଣାପଡିଛି।

8-କେନ୍ଦ୍ରମନ୍ତ୍ରୀ ରାମ ଭିଳାଶ ପାସୱାନ ମେଡିକାଲରେ ଭର୍ତ୍ତି

ମେଡିକାଲରେ ଭର୍ତ୍ତି ହେଲେ କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ରାମ ଭିଳାଶ ପାସୱାନ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମନ୍ତ୍ରୀ ରାମ ଭିଳାଶ ପାସୱାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମ ଭିଳାଶ ପାସୱାନ ନିଜେ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।

9-ଏରୋ ଇଣ୍ଡିଆ 2021, ୱେବସାଇଟ୍ ଲଞ୍ଚ କଲେ ରାଜନାଥ ସିଂ

ଆସନ୍ତାବର୍ଷ 3ରୁ ସାତ ଫେବୃୟାରୀ ମଧ୍ୟରେ ଏରୋ ଇଣ୍ଡିଆ ପ୍ରଦର୍ଶନୀ ବାଙ୍ଗଲୋରରେ ଅନୁଷ୍ଠିତ ହେବ। ବେଙ୍ଗାଲୁରୁ ସ୍ଥିତି ୟାଲାହାନକା ଏୟାର ଫୋର୍ସ ଷ୍ଟେସନରେ 13 ତମ ଏରୋ ଇଣ୍ଡିଆ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

10-ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭୁଷୁଡିଲା ଗୁଣ୍ଡେଇମୁରା କେନାଲ

ଚାଷ ଜମିକୁ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଗଲା କେନାଲ । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନିର୍ମାଣ ହୋଇଥିବା କେନାଲକୁ କିଛି ଦିନ ନପୁରୁଣୁ ମାଟିରେ ମିଶି ଯିବାକୁ ବସିଛି ଏହି କେନାଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.