ETV Bharat / bharat

TOP NEWS@7PM: ବର୍ତ୍ତମାନର ବଡ ଖବର... - TOP NEWS@7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ବର୍ତ୍ତମାନର ବଡ ଖବର...
TOP NEWS@7PM: ବର୍ତ୍ତମାନର ବଡ ଖବର...
author img

By

Published : Aug 1, 2020, 7:59 PM IST

1.ଓଡ଼ିଶାରୁ ୫ ପ୍ରକାର କୋରୋନା ଭାଇରସ ଚିହ୍ନଟ: ILS ନିର୍ଦ୍ଦେଶକ

ଓଡ଼ିଶାରେ 5 ପ୍ରକାର କୋରୋନା ଭାଇରସ ଚିହ୍ନଟ ହୋଇଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଏନେଇ ସୂଚନା ଦେଇଛନ୍ତି ।

2.କୋଭିଡ ଯୋଦ୍ଧା ବ୍ରହ୍ମପୁର ଏଏସ୍‌ଆଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡିଜିପି

ଟ୍ବିଟ କରି ସ୍ବର୍ଗତଃ କୃଷ୍ଣଚନ୍ଦ୍ର ମଣ୍ଡଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ ।

3.ବଢୁଛି ସଂକ୍ରମଣ, ଭୁବନେଶ୍ୱରରେ ଗୋଟିଏ ଦିନରେ 126 ଆକ୍ରାନ୍ତ

ରାଜଧାନୀରେ ଦିନକୁ ଦିନ କାୟା ମେଲାଉଛି କୋରୋନା । ପ୍ରତିଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା । ଆଜି ପୁଣି 126 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4.ରାଜ୍ୟକୁ ଘାରିଛି ଲଘୁଚାପ ଭୟ, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

କୋରୋନା ପରେ ରାଜ୍ୟକୁ ପୁଣି ଲଘୁଚାପ ଭୟ । ଆସନ୍ତା 4 ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

5.ଆରପାରିରେ ରାଜ୍ୟସଭା ସଦସ୍ୟ ଅମର ସିଂହ

ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହଙ୍କର ଦେହାନ୍ତ ହୋଇଛି । ଶନିବାର ଅପରାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

6.ଆରପାରିରେ ଅମର: ବଚ୍ଚନଙ୍କ ବନ୍ଧୁ ଥିଲେ ରାଜ୍ୟସଭା ସାଂସଦ..

ଅମର ସିଂହ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । 2016 ରେ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ ହୋଇଥିଲେ। ଅମର ସିଂହଙ୍କର ରାଜନୈତିକ ସହ ଫିଲ୍ମ ଜଗତ ସହ ମଧ୍ୟ ସମ୍ପର୍କ ରହିଥିଲା ।

7.‘ସୁଶାନ୍ତଙ୍କ ମାମଲାରେ ରାଜନୀତି କରିବା ପାପ ଠୁ କମ ନୁହେଁ’

ସୁଶାନ୍ତଙ୍କ କେସରେ ମୁହଁ ଖୋଲିଲେ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ । ସେ ବିଜେପି ନେତା ଶାହନୱାଜଙ୍କୁ କଡା ଜବାବ ଦେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

8.ପୂର୍ବ ଲଦାଖ ସ୍ଥିତିକୁ ନେଇ ଚୀନ ଷ୍ଟଡି ଗ୍ରୁପର ଗୁରୁତ୍ବପୂର୍ଣ୍ଣ ବୈଠକ

ସିଏସଜି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଏବଂ ସାମରିକ ତଥା ଅନ୍ୟାନ୍ୟ ସରକାରୀ ଏଜେନ୍ସିର ପ୍ରତିନିଧି ସାମିଲ ହୋଇଥିଲେ ।

9.ଜୁଲାଇରେ ଜିଏସଟି ସଂଗ୍ରହ 87,422 କୋଟି ଟଙ୍କାକୁ ହ୍ରାସ

2020 ଜୁଲାଇ ମାସରେ ମୋଟ ଜିଏସଟି ରାଜସ୍ବ ସଂଗ୍ରହ 87,422 କୋଟି ଟଙ୍କା ରହିଛି । ଯେଉଁଥିରେ କେନ୍ଦ୍ରୀୟ ଜିଏସଟି 16,147 କୋଟି ଟଙ୍କା, ରାଜ୍ୟ ଜିଏସଟି 21,418 କୋଟି ଟଙ୍କା ଓ ଇଣ୍ଟିଗ୍ରେଟେଡ ଜିଏସଟି 42,592 କୋଟି ଟଙ୍କା ।

10.ସାମ୍ନାକୁ ଆସିଲା ପାକିସ୍ତାନର ଅସଲି ମୁଖା, ଅହମ୍ମଦ ମୁସଲିମଙ୍କୁ ଦେଉଛି ନିର୍ଯ୍ୟାତନା

ପାକିସ୍ତାନରେ ଅହମ୍ମଦ ମୁସଲମାନମାନଙ୍କ ଉପରେ ନିର୍ଯ୍ୟାତନା ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ବ୍ରିଟେନର ଅଲ-ପାର୍ଟି ସଂସଦୀୟ ଗୋଷ୍ଠୀ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.