ପାଟନା: ଆହୁରି ସହଜ ହେବ କୋରୋନା ପରୀକ୍ଷା । ପାଟନାରେ ଥିବା ରାଜେନ୍ଦ୍ର ମେମୋରିଆଲ ରିସର୍ଚ୍ଚ ଇଣ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଆସିଏମଆର ଦ୍ବାରା ଏକ କୋରୋନା ଟେଷ୍ଟିଂ ମେସିନ ସ୍ଥାପନ କରାଯାଇଛି । ଏହି ମେସିନରେ ନାଁ ରହିଛି କୋବାସ 6800 । ଗୋଟିଏ ଦିନରେ ଏହି ମେସିନରେ 1,500ରୁ ଅଧିକ କୋରୋନା ନମୁନା ପରୀକ୍ଷା କରିପାରିବ । ରୋବଟ ମାଧ୍ୟମରେ ଏହି ମେସିନ କାମ କରିବ । ଯାହା ଦ୍ବାରା ନମୁନା ପରୀକ୍ଷା ସହଜ ହେବା ସହ ସ୍ବାସ୍ଥ୍ୟକର୍ମୀଙ୍କୁ ସଂକ୍ରମଣର ଭୟ ମଧ୍ୟ ରହିବ ନାହିଁ । ତେବେ ବିହାରରେ ପ୍ରଥମ ଥର ପାଇଁ ଏହି ମେସିନ ଲଗାଯାଇଛି ବୋଲି ଆଇସିଏମଆରର ନିର୍ଦ୍ଦେଶକ ପ୍ରଫେସର ବଳରାମ ଭାର୍ଗବ କହିଛନ୍ତି ।
ଲକଡାଉନ ପରେ, ରାଜ୍ୟ ବାହାରୁ ହଜାର ହଜାର ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ଫଳରେ ଏହି ମେସିନ ଦ୍ବାରା ସେମାନେ ଖୁବ ଶିଘ୍ର କୋଭିଡ ପରୀକ୍ଷା କରାଇ ପାରିବେ । ବର୍ତ୍ତମାନ ଆରଟି ପିସିଆର ମେସିନ ଦ୍ବାରା(RT-PCR machine)ରାଜେନ୍ଦ୍ର ମେମୋରିଆଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ପ୍ରତିଦିନ 2000 କୋରୋନା ନମୁନା ପରୀକ୍ଷା କରାଯାଉଛି । ଯେଉଁଥିରେ ଗୋଟିଏ ଦିନରେ 25 ଜଣ ସ୍ବାସ୍ଥ୍ୟ କର୍ମୀ ଏହି କାର୍ଯ୍ୟରେ ଲାଗୁଛନ୍ତି ।