ETV Bharat / bharat

ମେ 30 ଠାରୁ 100ଟି ବିଶ୍ୱବିଦ୍ୟାଳୟରରେ ଆରମ୍ଭ ହେବ ଅନଲାଇନ ପାଠ୍ୟକ୍ରମ

author img

By

Published : May 18, 2020, 8:56 AM IST

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରି ଲକଡାଉନ ମଧ୍ୟରେ ଛାତ୍ରଛାତ୍ରୀମାନେ କିପରି ପାଠ ପଢିବେ ଏବଂ ଏହାକୁ ନେଇ ସରକାର କଣ ବ୍ୟବସ୍ଥା କରିଛନ୍ତି କହିଥିଲେ । ସେ ଘୋଷଣା କରିଛନ୍ତି ଯେ, ଲକଡାଉନ ମଧ୍ୟରେ ଶିକ୍ଷା ସ୍ତରରେ କୌଣସି ଅଭାବ ହେବନାହିଁ । ସେଥିପାଇଁ ସରକାର 100ଟି ବିଶ୍ୱବିଦ୍ୟାଳୟକୁ ଅନଲାଇନ୍ ପାଠ୍ୟକ୍ରମ ଯୋଗାଇବ।

online teaching
ମେ 30 ଠାରୁ 100ଟି ବିଶ୍ୱବିଦ୍ୟାଳୟରରେ ଆରମ୍ଭ ହେବ ଅନଲାଇନ ପାଠ୍ୟକ୍ରମ

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ 31 ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏଥିସହ ଗତ ମେ 12ରେ ପ୍ରଧାନମନ୍ତ୍ରୀ କୋରୋନା ସଙ୍କଟ ମଧ୍ୟରେ 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । । ଯାହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରି ଲକଡାଉନ ମଧ୍ୟରେ ଛାତ୍ରଛାତ୍ରୀମାନେ କିପରି ପାଠ ପଢିବେ ଏବଂ ଏହାକୁ ନେଇ ସରକାର କଣ ବ୍ୟବସ୍ଥା କରିଛନ୍ତି କହିଥିଲେ ।

ସେ ଘୋଷଣା କରିଛନ୍ତି ଯେ, ଲକଡାଉନ ମଧ୍ୟରେ ଶିକ୍ଷା ସ୍ତରରେ କୌଣସି ଅଭାବ ହେବନାହିଁ । ସେଥିପାଇଁ ସରକାର 100ଟି ବିଶ୍ୱବିଦ୍ୟାଳୟରକୁ ଅନଲାଇନ୍ ପାଠ୍ୟକ୍ରମ ଦିଆଯିବ । ଯେଉଁ ଛାତ୍ରଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ ସେମାନଙ୍କ ପାଇଁ ରେଡିଓ ଏବଂ ଟେଲିଭିଜନ୍ ମାଧ୍ୟମରେ ଅନଲାଇନ୍ ପାଠ୍ୟକ୍ରମ ଆରମ୍ଭ ହେବ।

ଏଥିସହ ଅର୍ଥମନ୍ତ୍ରୀ କହିଛନ୍ତି, ଆମେ ଦେଶର ଛାତ୍ରଛାତ୍ରୀମାନଙ୍କ ପାଖରେ ଶିକ୍ଷାଗତ କାର୍ଯ୍ୟକ୍ରମରେ ପହଞ୍ଚାଇବା ପାଇଁ ସ୍ବୟଂ ପ୍ରଭା ଡିଟିଏଚ ଚ୍ୟାନେଲ ଲଞ୍ଚ କରାଯିବ । ଏହି ଚ୍ୟାନେଲ ଗାଁରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଉପଯୋଗୀ ହେବ ।

ପ୍ରକାଶ ଥାଉକି, ଲକଡାଉନ ମଧ୍ୟରେ ଦେଶରେ ଆଗାମୀ ମେ 30 ରୁ 100ଟି ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ପାଠ୍ୟକ୍ରମ ଆରମ୍ଭ କରିବେ । ସେହିପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଲଗା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ କ୍ଲାସ ପାଇଁ ଅଲଗା ଟିଭି ଚ୍ୟାନେଲ ରହିବ । ଏନେଇ 12ଟି ନୂଆ ଚ୍ୟାନେଲ ଖୋଲାଯିବ ।

ଏପଟେ ରାଜ୍ୟମାନଙ୍କୁ 4 ଘଣ୍ଟା ଶିକ୍ଷା ବିଷୟବସ୍ତୁ ଯୋଗାଇବାକୁ ଅନୁରୋଧ କରିଯାଇଛି । ଯେଉଁଥିରେ ସ୍ବୟଂ ପ୍ରଭା ଚ୍ୟାନେଲ ଉପଲବ୍ଧ କରାଯିବ । ଗୋଟିଏ ଚ୍ୟାନେଲ ଗୋଟିଏ କ୍ଲାସ ପାଇଁ ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଶ୍ରେଣୀ ପାଇଁ ଅଲଗା ଅଲଗା ଚ୍ୟାନେଲ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.