ETV Bharat / bharat

ନବରାତ୍ରୀ ଯୋଗୁଁ ମହଙ୍ଗା ଆଳୁ, 50 ଟପିଲା ଦର

author img

By

Published : Oct 7, 2020, 3:39 PM IST

ଏହି ମହାମାରୀ ସମୟ ମଧ୍ୟରେ ଜଣେ ସାଧାରଣ ଲୋକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ଗତକିଛିଦିନ ହେଲା ଆଳୁର ଦରବୃଦ୍ଧି ଲୋକଙ୍କୁ ଏବେ ଆହୁରି ଚିନ୍ତାରେ ପକାଇ ଦେଇଛି ।

-potato-price
ଆଳୁ ଖାଇବା ହେବ ମହଙ୍ଗା

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ । ଏହି ମହାମାରୀ ସମୟ ମଧ୍ୟରେ ଜଣେ ସାଧାରଣ ଲୋକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ଗତକିଛିଦିନ ହେଲା ଆଳୁର ଦରବୃଦ୍ଧି ଲୋକଙ୍କୁ ଏବେ ଆହୁରି ଚିନ୍ତାରେ ପକାଇ ଦେଇଛି । ଆଳୁ ଦରବୃଦ୍ଧି ହୋଇ 50 ଟଙ୍କାରେ ପହଞ୍ଚିଛି । ଏହାକୁ ନେଇ ବେପାରୀଙ୍କ କହିବା କଥା, ମଣ୍ଡିରେ କିଲୋପ୍ରତି 30ଟଙ୍କାରେ ମିଳୁଥିବା ଆଳୁର ଦର ଏବେ 50 ରୁ 55ଟଙ୍କାକୁ ବୃଦ୍ଧି ପାଇଛି । ନବରାତ୍ରୀ କାରଣରୁ ଆଗକୁ ଦାମ ଆହୁରି ବଢିବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆମଦାନୀ କମ୍ ହେବା ଯୋଗୁଁ ଆଳୁ ଦର ଆକାଶ ଛୁଆଁ ହେଉଛି । ରାଜଧାନୀ ଦିଲ୍ଲୀସ୍ଥିତ ଆଜାଦପୁର ମଣ୍ଡିରେ ଗତକିଛିଦିନ ହେବ, ଆଳୁର ହୋଲସେଲ ଦର କିଲୋ ପ୍ରତି 25ରୁ 30ଟଙ୍କା ରହିଛି। ପୂର୍ବରୁ କିଲୋ ପ୍ରତି ଏହା 12-20ଟଙ୍କା ହିସାବରେ ମିଳୁଥିଲା । ମାତ୍ର ଏବେ ବର୍ତ୍ତମାନ ଖୁଚୁରା ବିକ୍ରିରେ ଆଳୁ 40 ରୁ 50 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଏଥିସହିତ, ଭଲ କ୍ବାଲିଟି ଆଳୁର ଖୁଚୁରା ମୂଲ୍ୟ ମଧ୍ୟ 60 ପର୍ଯ୍ୟନ୍ତ ବିକ୍ରି ହେଉଛି ।

ତେବେ ଗତବର୍ଷ ତୁଳନାରେ ଆଳୁଦର ଦୁଇଗୁଣା ବଢିଥିବା ଆଜାଦପୁର ମଣ୍ଡିର ଜଣେ ବେପାରୀ ରାଜୀବ ସିଂହ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ଅପେକ୍ଷା ଆଳୁ ଆମଦାନୀ 50 ପ୍ରତିଶତ ହ୍ରାସ ପାଇଛି। ଚଳିତବର୍ଷ ମହାମାରୀ କୋରୋନା ଭାଇରସ, ବର୍ଷା ଏବଂ ବନ୍ୟା ଯୋଗୁଁ ଉଭୟ ବିହନ ଏବଂ ଯୋଗାଣ ପ୍ରଭାବିତ ହୋଇଛି। ଏହି ଖାରଣରୁ ବଜାରରେ ଆଳୁର ଷ୍ଟକ ନଥିବାରୁ ଦର ମଧ୍ୟ ବଢୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.