ETV Bharat / bharat

ସୁଷମା ସ୍ବରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ, ମା'ଙ୍କୁ ମନେ ପକାଇଲେ ଝିଅ ବାଂଶୁରୀ - ସୁଷମା ସ୍ବରାଜ

ବର୍ଷେ ପୂର୍ବେ ଠିକ ଆଜିର ଦିନରେ ଚିର ନିଦ୍ରାରେ ଶୋଇଯାଇଥିଲେ ଭେଟେରାନ ବିଜେପି ନେତ୍ରୀ ସୁଷମା ସ୍ବରାଜ। ପୂଣ୍ୟତିଥୀରେ ତାଙ୍କୁ ମନେ ପକାଉଛି ଦେଶ । ଅଧିକ ପଢନ୍ତୁ...

ସୁଷମା ସ୍ବରାଜଙ୍କ ପୂର୍ଣ୍ଣତିଥୀ, ଟ୍ବିଟ କରି ମା'ଙ୍କୁ ମନେ ପକାଇଲେ ବାଂଶୁରୀ

author img

By

Published : Aug 6, 2020, 10:53 AM IST

ନୂଆଦିଲ୍ଲୀ: ଆଜି ହେଉଛି ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ତାଙ୍କ ଝିଅ ବାଂଶୁରୀ ସ୍ୱରାଜ ତାଙ୍କୁ ମନେ ପକାଇଛନ୍ତି। ଫଟୋ ସେୟାର କରି ମା'ଙ୍କୁ ମନେ ପକାଇବା ସହ ଭଗବାନଙ୍କୁ ତାଙ୍କର ଯତ୍ନ ନେବାକୁ କହିଛନ୍ତି ।

ବାଂଶୁରୀ ଦୁର୍ଗାଙ୍କ ମନ୍ତ୍ର ଟ୍ୱିଟ କରିଛନ୍ତି ଏହା ସହ ସେ ଲେଖିଛନ୍ତି, 'ମା' ତୁମେ ସବୁବେଳେ ଶକ୍ତି ଭାବରେ ମୋ ସହିତ ଅଛ। ହେ କୃଷ୍ଣ ମୋ ମା'ଙ୍କର ଯତ୍ନ ନିଅନ୍ତୁ'।

ପ୍ରଥମ ଶ୍ରାର୍ଦ୍ଧ ବାର୍ଷିକୀରେ ମା'ଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ବାଂଶୁରୀ ସ୍ବରାଜ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ସୁଷମା ବୈଦେଶିକ ମନ୍ତ୍ରୀ ଥିଲେ। 2019 ଲୋକସଭା ନିର୍ବାଚନରେ ​​ସେ ଅସୁସ୍ଥତା କାରଣରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେଇଥିଲେ। ବୈଦେଶିକ ମନ୍ତ୍ରୀ ଭାବରେ ସୁଷମାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ତାଙ୍କ କାର୍ଯ୍ୟକୁ ଭୂରିଭୂରି ପ୍ରଶଂସା କରାଯାଇଥିଲା। ସେ ଜଣେ ଭେଟେରାନ ବିଜେପି ନେତ୍ରୀ ଥିଲେ। ସୁଷମା ମଧ୍ୟ ଦିଲ୍ଲୀର ସିଏମ ରହିଥିଲେ। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ, ସେ ତାଙ୍କ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଯୋଗ ଦେଇଥିଲେ।

ଖାଲି ସେତିକି ନୁହେଁ ବୈଦେଶିକ ମନ୍ତ୍ରୀ ଭାବେ ଦେଶରେ ଯେଉଁ କୋଣରେ ବି କୌଣସି ଭାରତୀୟ ଫଶିକି ରହିଥାଏ, ଆଉ ସୁଷମା ଏହା ଜାଣିବାକୁ ପାଆନ୍ତି ତେବେ ସେ ତୁରନ୍ତ ତାଙ୍କୁ ଫେରାଇ ଆଣୁଥିଲେ । ଏପରି ଭାବେ ସେ ସମସ୍ତଙ୍କ ପାଇଁ ଜଣେ ମା' ଠାରୁ କମ ନଥିଲେ। ତାଙ୍କର ଏପରି ମହାନ କାମକୁ ସର୍ବଦା ଦେଶ ମନେ ରଖିବା ସହ ତାଙ୍କ ସ୍ଥାନ କେହି ନେଇପାରିବ ନାହିଁ । ତେବେ ସେ ଖାଲି ଦେଶ ନୁହଁ ବିଦେଶରେ ମଧ୍ୟ ତାଙ୍କର ଏହି ମହାନ କାମ ପାଇଁ ବେଶ ପରିଚିତ ଥିଲେ ।

ତେବେ ସୁଷମା ସ୍ବରାଜ 2019 ଆଜିର ଦିନରେ ହୃଦଘାତ ହେତୁ ଚିରଦିନ ପାଇଁ ଆଖିବୁଜିଥିଲେ । ଆଜିର ଏହି ଦିନରେ ତାଙ୍କୁ ମନେ ପକାଉଛି ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.