କୋଲକାତା: ଆଜି 48 ବର୍ଷରେ ପାଦ ଥାପିଛନ୍ତି କ୍ରିକେଟର ଦାଦା ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ପ୍ରଂଶସକ ମଧ୍ୟ ନିଜର କିମ୍ବଦନ୍ତୀ କ୍ରିକେଟରଙ୍କ ଜନ୍ମଦିନକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।
ତେବେ ଦାଦାଙ୍କ ଫ୍ୟାନ କ୍ଲବ ଏନେଇ ଏକ ନିଆରା ମାସ୍କ ତିଆରି କରିଛନ୍ତି । ଯେଉଁଥିରେ ସୌରଭ ଗାଙ୍ଗୁଲିଙ୍କ ପ୍ରତିଛବି ଦେଖିବାକୁ ମିଳୁଛି । ତେବେ ଏହି ମାସ୍କକୁ ଫ୍ୟାନକ୍ଲବ ପକ୍ଷରୁ ସୌରଭଙ୍କୁ ଭେଟି ଦେବାକୁ ଚାହୁଁଥିବା ଜଣାପଡିଛି ।
ଏବେ ସାରାଦେଶ କୋରୋନା ମୁକାବିଲା କରୁଥିବାବେଳେ କ୍ରିକେଟର ଏହି ମହାନ ଖେଳାଳିଙ୍କ ଜନ୍ମଦିନ ନିରାଡମ୍ବର ଭାବେ ପାଳନ କରାଯାଇଛି । ତେବେ ସୌରଭ ଗାଙ୍ଗୁଲିଙ୍କ ଫ୍ୟାନ୍ସ ମାନେ ଏହି ନିଆରା ମାସ୍କ ତିଆରି କରି ଏକ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ