ETV Bharat / bharat

ଆଜି ଅନଲାଇନ୍ ହ୍ୟାକଥାନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ ମୋଦି - grand finale of online hackathon

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ବର ସର୍ବବୃହତ ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅନଲାଇନ୍ ହ୍ୟାକଥାନର ଗ୍ରାଣ୍ଡ ଫାଇନାଲ
ଅନଲାଇନ୍ ହ୍ୟାକଥାନର ଗ୍ରାଣ୍ଡ ଫାଇନାଲ
author img

By

Published : Aug 1, 2020, 12:29 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ବର ସର୍ବବୃହତ ଅନଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍, ବିଚାର ଓ ଉଦଭାବନାର ଏକ ଜୀବନ୍ତ ଫୋରମ୍ ଭାବରେ ଉଭା ହୋଇଛି। ନିଶ୍ଚିତ ଭାବରେ ଆମର ଯୁବକମାନେ ଏଥର ସେମାନଙ୍କ ଉଦଭାବନ ମାଧ୍ୟମରେ କୋଭିଡ ପରେ ବିଶ୍ବରେ କାର୍ଯ୍ୟ କରିବେ । ଏହା ବ୍ୟତୀତ ସେମାନେ ଆତ୍ମନିର୍ଭରଶୀଳ ଭାରତ ଉପରେ ମଧ୍ୟ କାର୍ଯ୍ୟ କରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୁବ ଭାରତ ପ୍ରତିଭାରେ ପରିପୂର୍ଣ୍ଣ। ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍ 2020 ଉଦଭାବନ ଓ ଶ୍ରେଷ୍ଠତାର ସମାନ ଭାବନା ପ୍ରଦର୍ଶିତ କରେ । ଅଗଷ୍ଟ 1 ଦିନ 4ଟା 30 ମିନିଟରେ ସେ ହ୍ୟାକଥନର ଫାଇନାଲିଷ୍ଟଙ୍କ ସହିତ ଆଲୋଚନା କରିବେ ଓ ସେମାନଙ୍କ ଉଦଭାବନ ବିଷୟରେ ଅଧିକ ଆଲୋଚନା କରିବେ ।

କୋରୋନା କାରଣରୁ ଚଳିତ ବର୍ଷ ହ୍ୟାକଥନ୍ ଅନଲାଇନରେ କରାଯାଉଛି । ଏହି କାର୍ଯ୍ୟକ୍ରମ ଏକ ସ୍ବତନ୍ତ୍ର ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ହେବ । ଦେଶର ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣକାରୀମାନେ ଏଥିରେ ଭାଗ ନେଉଛନ୍ତି । ଏଥର 10 ହଜାରରୁ ଅଧିକ ଅଂଶଗ୍ରହଣକାରୀ ଗ୍ରାଣ୍ଡ ଫାଇନାଲରେ ଅଂଶଗ୍ରହଣ କରିବେ ଓ ଏହି ସମୟ ମଧ୍ୟରେ ସେମାନେ ସରକାରୀ ବିଭାଗ ଓ ଶିଳ୍ପର କିଛି କଷ୍ଟଦାୟକ ସମସ୍ୟା ପାଇଁ ନୂତନ ଡିଜିଟାଲ ସମାଧାନର ବିକାଶ କରିବାକୁ ଚେଷ୍ଟା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.