ନୂଆଦିଲ୍ଲୀ: କାରଗିଲରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଶନିବାର ରାଜନାଥ ସିଂ କାରଗିଲରେ ପହଞ୍ଚି କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଆସନ୍ତା 26ରେ କାର୍ଗିଲ ଯୁଦ୍ଧକୁ 20 ବର୍ଷ ପୂରିବା ପାଇଁ ଯାଉଛି । ତେଣୁ ଭାରତୀୟ ଯବାନମାନେ ‘କାରଗିଲ ବିଜୟ ଦିବସ’ ପାଳନ ଅବସରରେ ଶନିବାର କାରଗିଲ ଗସ୍ତ କରିଛନ୍ତି ରାଜନାଥ ସିଂ । ଏଥିସହ ପରମ୍ପରା ଅନୁସାରେ କାରଗିଲ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ସେନା କ୍ୟାମ୍ପରେ ଥିବା ଭିଜିଟର ବହିରେ ଦସ୍ତଖତ କରିଛନ୍ତି । ତେବେ ଶନିବାର ଏହି ଗସ୍ତରେ ରାଜନାଥ ସିଂ ଜମ୍ମୁକାଶ୍ମୀର ଯିବା ସହ କଠୁଆରେ ଦୁଇଟି ପୋଲ ଏବଂ ସାମ୍ବାରେ ବଂଶତାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ରାଜନାଥ ସିଂ ସହ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ୍, ପୂର୍ବ ଆର୍ମୀ କମାଣ୍ଡର ଏଲଟି ଜେନ୍ ରଣବୀର ସିଂ ଏବଂ ବହୁ ବରିଷ୍ଠ ଅଫିସର ଏହି ଅବସରରେ ଯୋଗ ଦେଇଛନ୍ତି ।

ପ୍ରକାଶ ଥାଉକି, 1999 ମସିହା 26 ଜୁଲାଇରେ କାରଗିଲ ଯୁଦ୍ଧ ହୋଇଥିଲା । ଯେଉଁଥିରେ ଭାରତ ଠାରୁ ହାରର ସାମ୍ନା କରିଥିଲା ପାକିସ୍ତାନ । ତେବେ ଏହି ଯୁଦ୍ଧରେ ଭାରତର ବହୁ ବୀର ପୁତ୍ର ନିଜ ଜୀବନକୁ ହସି ହସି ଦେଶ ପାଇଁ ଉତ୍ସର୍ଗ କରିଥିଲେ । ତେବେ 26 ଜୁଲାଇରେ କାରଗିଲ ଯୁଦ୍ଧକୁ 20 ବର୍ଷ ପୂରିବ ।
