ETV Bharat / bharat

ଆଜି ବିଶ୍ବ ପରିବେଶ ଦିବସ

ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ 5 ତାରିଖକୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଏ । ଏହି ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବନ୍ଦ ମଧ୍ୟ ଦେଇଛନ୍ତି ବାର୍ତ୍ତା ।

author img

By

Published : Jun 5, 2019, 7:36 AM IST

Updated : Jun 5, 2019, 10:31 AM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଆଜି(ବୁଧବାର) ‘ବିଶ୍ବ ପରିବେଶ ଦିବସ’। ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ । 1974 ମସିହା ପରଠାରୁ ଜାତିସଂଘର ଅନୁମୋଦନ ପରେ ପ୍ରତି ବର୍ଷ ଜୁନ 5 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି ।

ତେବେ ପ୍ରତିବର୍ଷ ବିଭିନ୍ନ ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଥିବାବେଳେ ଚଳିତ ବର୍ଷର ବାର୍ତ୍ତା ରହିଛି ‘ବାୟୁ ପ୍ରଦୂଷଣ’। ଚଳିତ ବର୍ଷ ସୁଦ୍ଧା 143ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟରରେ ସମାଜକୁ ବାର୍ତ୍ତା ଦେଇ ‘ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଆସନ୍ତୁ ଆମ୍ଭେମାନେ ପୁଣିଥରେ ଗୋଟିଏ ସ୍ବଚ୍ଛ ଓ ସ୍ଥାୟୀ ଗ୍ରହ ନିର୍ମାଣ ନିମନ୍ତେ ସଂକଳ୍ପବଦ୍ଧ ହେବା । ପ୍ରକୃତି ସହ ଆଗକୁ ବଢିବା ଭାରତୀୟ ସଂସ୍କୃତିର ପରମ୍ପରା ଅଟେ । ଜଳବାୟୁ ପରିବର୍ତ୍ତନ କରି ଆଗାମୀ ପିଢୀକୁ ସବୁଜିମା ପରିବେଶ ଭେଟି ଦେବାକୁ ଭାରତ ବଚନବଦ୍ଧ’ ବୋଲି କହିଛନ୍ତି ।

president
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@rashtrapatibhvn

1987 ମସିହାରୁ ଆବାହକ ରାଷ୍ଟ୍ର ମାଧ୍ୟମରେ ଏହି ଦିବସକୁ ଅଧିକ ଲୋକାଭିମୁଖୀ କରାଯାଉଛି । ତେବେ ଚଳିତ ବର୍ଷ ଆବାହକ ରାଷ୍ଟ୍ର ଚାଇନା ହୋଇଛି । ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଥିବାରୁ ଚଳିତ ବର୍ଷର ବାର୍ତ୍ତା ‘ବାୟୁ ପ୍ରଦୂଷଣ’ରହିଥିବା କୁହାଯାଉଛି । ସୂଚନା ଥାଉକି, ବାୟୁ ପ୍ରଦୂଷଣ ପାଇଁ ଭାରତରେ ପ୍ରତିବର୍ଷ ପ୍ରାୟ 12 ଲକ୍ଷଙ୍କର ଜୀବନ ହାନୀ ଘଟୁଥିବା ଏକ ରିପୋର୍ଟରୁ ଜଣାପଡିଛି ।

Intro:Body:Conclusion:
Last Updated : Jun 5, 2019, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.