ETV Bharat / bharat

'ଜାତୀୟ କ୍ୟାମେରା ଦିବସ': ସୁଖ-ଦୁଃଖର ସାଥି କ୍ୟାମେରା

ପୁରଣା ସ୍ମୃତିକୁ ଯିଏ ଫେରେଇ ଦିଏ, ସେ ହେଉଛି 'କ୍ୟାମେରା' । ସେହି ପ୍ରିୟ କ୍ୟାମେରାକୁ ମଣିଷର ବନ୍ଧୁ କହିଲେ କିଛି ଭୁଲ ହେବ ନାହିଁ । ତେବେ ପ୍ରତିବର୍ଷ ଜୁନ 29 ତାରିଖରେ 'ଜାତୀୟ କ୍ୟାମେରା ଦିବସ' ପାଳିତ ହୁଏ ।

author img

By

Published : Jun 29, 2020, 11:01 AM IST

'ଜାତୀୟ କ୍ୟାମେରା ଦିବସ': ସୁଖ ଦୁଃଖର ସାଥି କ୍ୟାମେରା'ଜାତୀୟ କ୍ୟାମେରା ଦିବସ': ସୁଖ ଦୁଃଖର ସାଥି କ୍ୟାମେରା
'ଜାତୀୟ କ୍ୟାମେରା ଦିବସ': ସୁଖ ଦୁଃଖର ସାଥି କ୍ୟାମେରା

ହାଇଦ୍ରାବାଦ: କ୍ଲିକ୍‌- କ୍ଲିକ୍‌ -କ୍ଲିକ୍‌ । ଏହି ଶବ୍ଦଟି ଶୁଣିଲେ ମନ ଖୁସି ହେଉ ଉଠେ ନା' । କାରଣ ସେହି ଶବ୍ଦ ସୃଷ୍ଟି କରୁଥିବା କ୍ୟାମେରାଟି କୌଣସି କ୍ଷଣକୁ ବାନ୍ଧି ରଖିବାର କ୍ଷମତା ରଖିଥାଏ । କ୍ୟାମେରାରେ କ୍ୟାପଚର ହୋଇଥିବା ମୂହୁର୍ତ୍ତକୁ ଫଟୋ ଆକରରେ ଆମେ ଯେକୌଣିସ ସମୟରେ ଦେଖି ବିଗତ ଦିନର ସମୟକୁ ମନେ ପକାଇ ପାରୁ । ସେହି ମୂହୂର୍ତ୍ତଟି ସୁଖର ହେଉ ଅବା ଦୁଃଖର, ସେ ସମୟ ତ ବିତି ଯାଇଥାଏ । କିନ୍ତୁ ଗୋଟେ କ୍ୟାମେରା ହିଁ ଉକ୍ତ ଦିନକୁ ଆବଦ୍ଧ କରିପାରିଥାଏ । ତେବେ କ୍ୟାମେରାକୁ ସୁଖ ଦୁଃଖର ସାଥୀ କହିଲେ କିଛି ଭୁଲ ହେବ ନାହିଁ । ତେବେ ଆଜି ସେହି ସାଥି କ୍ୟାମେରାର ଦିନଟିଏ । ପ୍ରତିବର୍ଷ ଜୁନ 29 ତାରିଖରେ 'ଜାତୀୟ କ୍ୟାମେରା ଦିବସ' ପାଳିତ ହୁଏ ।

ଫ୍ରେଞ୍ଚ ଉଦ୍ଭାବକ ଜୋସେଫ୍‌ ନିସେଫର୍‌ 1825ରେ ବିଶ୍ବର ପ୍ରଥମ ଫଟୋ ଉଠାଇଥିଲେ । ସେହି ଫଟୋଟି ଥିଲା ଲି ଗ୍ରାସ୍‌ ସ୍ଥିତ ତାଙ୍କ ପାରିବାରିକ ଭୂ-ସମ୍ପତ୍ତିର ଫଟୋ ଉତ୍ତୋଳନ କରିଥିଲେ ।

ଆଜିର ସମୟରେ ସମସ୍ତଙ୍କ ହାତରେ ମୋବାଇଲ କ୍ୟାମେରା ରହିଛି । ସେହି କ୍ୟାମେରା ବ୍ୟବହାର କରିବା ଅତି ସହଜସାଧ୍ୟ । ପୂର୍ବରୁ କ୍ୟାମେରାରେ ରିଲ ଲଗାଇବା ଚିନ୍ତା ରହୁଛି ନା କ୍ୟାମେରାରେ କ୍ଲିକ କରାଯାଇଥିବା ଫଟୋକୁ ଦେଖିବା ପାଇଁ 2ଦିନ ଅପେକ୍ଷା କରିବାକୁ ପଡୁଛି । କ୍ୟାମେରା ସମୟ ଅନୁସାରେ ବହୁତ ପରିବର୍ତ୍ତନ ହୋଇଛି ।

ଦିନ ଥିଲା ଫଟୋଗ୍ରାଫି ଏକ ଆର୍ଟ ରୂପରେ ଗଣନା କରାଯାଉଥିଲା । କିନ୍ତୁ ଏବେ ଫଟୋଗ୍ରାଫି ଏକ କୌଶଳରେ ପରିଣତ ହୋଇଛି ।

ପ୍ରଥମେ କାଠର ବଡ କ୍ୟାମେରା ରହୁଥିଲା । ଯାହାର ବକ୍ସ ଉପରେ କପଡା ଢଙ୍କା ଯାଇ ଫଟୋଗ୍ରାଫର ଫଟୋ ଉତ୍ତୋଳନ କରୁଥିଲେ । ସେଥିରେ ଫଟୋ ତିଆରି କରାଯାଉଥିଲା । ସେହି ଫଟୋଟି ବ୍ଲାକ ଆଣ୍ଡ ହ୍ବାଇଟରେ ଆସୁଥିଲା । ଏହାକୁ ମିଣ୍ଟ ଫଟୋଗ୍ରାଫି କୁହାଯାଉଥିଲା । ସେତେବେଳେ ଫଟୋ ନେଗେଟିଭ ଆସୁନଥିଲା । ଫଟୋର ସିଧା ପ୍ରତିଛବି ଏକ ପେପର ଉପରେ ବନା ଯାଉଥିଲା । ପରବର୍ତ୍ତୀ ସମୟରେ କ୍ୟାମେରାରେ ପରିବର୍ତ୍ତନ ଆସିଲା ସେଥିରେ ଫଟୋ ନେଗେଟିଭ ଆସିବାରେ ଲାଗିଲା । ପୁଣି କ୍ୟାମେରାର ନୂଆ ଭର୍ସନ ଆସିଲା, ସେଥିରେ ରଙ୍ଗୀନ ଫଟୋ କ୍ଲିକ ହୋଇ ପାରିଲା । ଏଥିସହ କ୍ୟାମେରା ଏକ ରୋଜଗାର ପନ୍ଥାର ଏକ ମାଧ୍ୟମ ପାଲଟିଗଲା । ଆଜିକାଲି ତ ଫଟୋଗ୍ରାଫର ହେବା ପାଇଁ ଅନେକ କଲେଜ ଓ ପ୍ରଶିକ୍ଷଣ ଇନଷ୍ଟିଚ୍ୟୁଟ ଖୋଲାଗଲାଣି ।

ଆରମ୍ଭ ସମୟରେ କ୍ୟାମେରାରେ ପ୍ଲେଟ କ୍ୟାମେରା, ରୋଲି କ୍ୟାମେରା, ରୋଲି ଫ୍ଲେକ୍ସ କ୍ୟାମେରା, ଟ୍ବିନ ଲେନ୍ସ କ୍ୟାମେରା ଆସୁଥିଲା । ଏହାପରେ ନେଗେଟିଭ କ୍ୟାମେରା ଆସିଲା । ଏବେ ଡିଜିଟାଲ ସମୟରେ ରିଲ କ୍ୟାମେରା ଅତୀତ ପାଲଟିଯାଇଛି । ତା'ର ସ୍ଥାନରେ ଡିଜିଟାଲ ଓ ହାଇଟେକ କ୍ୟାମେରା ଆସିଛି । ଏହି କ୍ୟାମେରା ସବୁ ଅଟୋ ଫୋକସ ହୋଇଥିବାରୁ ଫଟୋଗ୍ରାଫି କରିବା ସହଜସାଧ୍ୟ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.