ETV Bharat / bharat

ଆଜି କୃଷି ବିଲ ବିରୋଧରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାସ୍ତାକୁ ଓହ୍ଲାଇବେ ଚାଷୀ

ସାରା ଦେଶର ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆଜି ( ଶୁକ୍ରବାର ) ଭାରତ ବନ୍ଦ ଡାକରା ପାଳନ କରାଯିବ । କେନ୍ଦ୍ରର କୃଷି ଅଧ୍ୟାଦେଶ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା ଦିଆଯାଇଛି । ଏହି ବନ୍ଦକୁ କଂଗ୍ରେସ ସମେତ ଅନ୍ୟ ବିରୋଧ ଦଳ ସମର୍ଥନ ଜଣାଇଛି । ଅଧିକ ପଢନ୍ତୁ...

author img

By

Published : Sep 25, 2020, 9:59 AM IST

Updated : Sep 25, 2020, 11:04 AM IST

ଆଜି କୃଷି ବିଲ ବିରୋଧରେ କୃଷକଙ୍କ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ବିବାଦୀୟ କୃଷି ବିଲ ବିରୋଧରେ ଆଜି(ଶୁକ୍ରବାର) ସାରା ଦେଶର କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ପାଳନ କରାଯିବ । ଭାରତୀୟ କିସାନ ୟୁନିଅନ, ସର୍ବଭାରତୀୟ କୃଷକ ମହାସଙ୍ଗ ଓ ସର୍ବଭାରତୀୟ କୃଷକ ସଙ୍ଗଠନ ଏହି ବନ୍ଦ ଡାକରାର ନେତୃତ୍ବ ନେଇଛନ୍ତି । ଏହି ବନ୍ଦକୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିପାରେ । ଦିଲ୍ଲୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ ଓ କର୍ଣ୍ଣାଟକରେ ମଧ୍ୟ ବିଭିନ୍ନ କୃଷକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି । ପଞ୍ଜାବ ଓ ହରିୟାଣାର 31 କୃଷକ ସଙ୍ଗଠନ ବ୍ୟାପକ ମାତ୍ରାରେ ବିରୋଧ ପ୍ରଦର୍ଶନ କରିପାରନ୍ତି । ପଞ୍ଜାବରେ କିସାନ ମଜଦୂର ସଂଘର୍ଷ କମିଟି ରେଳ ରୋକ କରିବ ବୋଲି ଘୋଷଣା କରିଛି ।

ସେପଟେ କୃଷକଙ୍କ ବିରୋଧ ପ୍ରଦର୍ଶନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସମସ୍ତ ଆନ୍ଦୋଳନକାରୀଙ୍କୁ ଆଇନ ଶୃଙ୍ଖଳା ବଜାୟୀ ରଖିବା ସହ କୋରୋନା ପ୍ରୋଟୋକଲ ମଧ୍ୟରେ ପ୍ରତିବାଦ କରିବାକୁ ଅନୁରୋଧ କରିଛନ୍ତି । ଏନ୍‌ଡିଏ ସହଯୋଗୀ ଶିରୋମଣି ଅକାଳୀ ଦଳ ସାରା ରାଜ୍ୟରେ ୩ ଘଣ୍ଟା ପାଇଁ ଚକା ଜାମ୍‌ କରିବ ବୋଲି ଘୋଷଣା କରିଛି। ଦିଲ୍ଲୀରେ ଆପ ଏବଂ କଂଗ୍ରେସ ଭାରତ ବନ୍ଦକୁ ସମର୍ଥନ କରିବ । ପଶ୍ଚିମବଙ୍ଗରେ ବାମଦଳଙ୍କ ସମର୍ଥନରେ ରାସ୍ତାରୋକ କରିବ ।

ଗୁରୁବାର ଦିନ ପଞ୍ଜାବର କୃଷକମାନେ ତିନି ଦିନ ଧରି ରେଳ ଚଳାଚଳ ବନ୍ଦ କରିବାକୁ ଅଭିଯାନ ଆରମ୍ଭ କରିଥିଲେ। କୃଷକମାନେ ଅନେକ ସ୍ଥାନରେ ରେଳ ଲାଇନରେ ଧାରଣା ଦେଇଛନ୍ତି । ଯଦି ସରକାର ସେମାନଙ୍କ କଥା ଶୁଣନ୍ତି ନାହିଁ, ତେବେ ଅକ୍ଟୋବର ୨ ତାରିଖରୁ ରେଳ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ ପଞ୍ଜାବର କୃଷକ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ସଂସଦରେ କୃଷି ସମ୍ବନ୍ଧୀୟ ତିନୋଟି ବିଲ ପାରିତ ହୋଇଛି । ଏହି ତିନୋଟି ବିଲ୍ ହେଉଛି କୃଷି ଉତ୍ପାଦ ବିପଣନ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧାକରଣ) ବିଲ୍, ୨୦୨୦; କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ସୁନିଶ୍ଚିତକରଣ ରାଜିନାମା କୃଷି କ୍ଷେତ୍ର ସେବା ବିଲ୍ ୨୦୨୦; ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ୨୦୨୦ । ସଂସଦରେ ଏହି ତିନୋଟି ବିଲ ପାରିତ ହେବା ପର ଠାରୁ ବିରୋଧୀ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି । ଏହି ବିଲ ମାଧ୍ୟମରେ କର୍ପୋର୍ଟର କମ୍ପାନୀ ମାନେ ଅଧିକ ଲାଭବାନ ହେବେ ବୋଲି ବିରୋଧୀ ଅଭିଯୋଗ କରିଆସୁଛି ।

Last Updated : Sep 25, 2020, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.