କୋଲକତା: ଭାରତରେ ପ୍ରଥମ ଥର ପାଇଁ ପାଣି ତଳେ ଚାଲିବ ମେଟ୍ରୋ ଟ୍ରେନ । କୋଲକତା ଓ ହାୱଡା ମଧ୍ୟରେ ଥିବା ହୁଗୁଳି ନଦୀରେ ଏହା ତିଆରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋଲକତାର ଇଷ୍ଟ ୱେଷ୍ଟ ମେଟ୍ରୋ କରିଡରର ସେକ୍ଟର ଭି ସହିତ ସଲ୍ଟୋ ଲେକ ଷ୍ଟାଡିୟମ ସହିତ ଯୋଡାଯିବ ।
ଗୁରୁବାର ସଂନ୍ଧ୍ୟାରେ କୋଲକତାରେ ପାଣି ତଳେ ଚାଲିବାକୁଥିବା ମେଟ୍ରୋ ଟ୍ରେନର ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ । ଅତ୍ୟାଧୁନକ ପ୍ରଣାଳୀରେ ପ୍ରସ୍ତୁତ ମେଟ୍ରୋ ରେଳ ଟ୍ରାକ ମୋଟ 16.6 କି.ମି ରହିଥିଲାବେଳେ ପାଣିର ତଳ ଭାଗରେ ରହିବ 10.9 କି.ମି. । ଏହା ହେଉଛି ଦେଶର ପ୍ରଥମ ପାଣିର ତଳ ଭାଗର ଚାଲୁଥିବା ମେଟ୍ରୋ ରେଳ ଲାଇନ । କୋଲକତା ଓ ହାୱଡା ମଧ୍ୟରେ ଥିବା ହୁଗୁଳି ନଦୀର ତଳ ଭାଗରେ ଅତ୍ୟାଧୁନିକ ପ୍ରଣାଳୀରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ସୁଡଙ୍ଗ ପ୍ରସ୍ତୁତ କରାଯାଇଛି ।