ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇବାରେ ଲାଗୁଛି । କ୍ରମାଗତ ଭାବେ ରାଜ୍ୟରେ ପ୍ରତ୍ୟେକ ଦିନ କୋରୋନା ଆକ୍ରାନ୍ତଙ୍କ ସମେତ ମୃତ୍ୟୁ ରିପୋର୍ଟ ରେକର୍ଡ ହେଉଛି । ମଙ୍ଗଳବାର ତେଲେଙ୍ଗାନାରେ 945 ଟି ନୂଆ ପଜିଟିଭ୍ ରିପୋର୍ଟ ହୋଇଛି । ଏହାସହ ରାଜ୍ୟରେ 7 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି ।
ଏହା ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ପଜିଟିଭ ମାମଲା 16,339ରେ ପହଞ୍ଚିଛି । ତେବେ ଗ୍ରେଟର ହାଇଦ୍ରାବାଦରେ 24 ଘଣ୍ଟାରେ 869 କୋରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରାଜଧାନୀ ହାଇଦ୍ରାବାଦରେ 11, 680 ମାମଲା ରିପୋର୍ଟ ରେକର୍ଡ କରାଯାଇଛି । ରାଜ୍ୟରେ କୋଭିଡ-19 ହେତୁ ମୋଟ ମୃତ୍ୟୁ ସଂଖ୍ୟା 260ରେ ପହଞ୍ଚିଛି ।