ETV Bharat / bharat

ଭାରତ-ଚୀନ ସୀମା ବିବାଦ; ଆଜି ଚୁସୁଲରେ ବସିବ 7ମ ସ୍ତରୀୟ କମାଣ୍ଡରସ୍ତରୀୟ ବୈଠକ

ଚୀନ ନିଜର ସାମରିକ ଶକ୍ତି ବଳରେ ପୂର୍ବ ଲଦାଖର ଏଲଏସି ଅଞ୍ଚଳକୁ ନିଜ ନିୟନ୍ତ୍ରଣ କରିବାକୁ ହୀନ ପ୍ରୟାସ ଜାରି ରଖିଛି । ଭାରତର ଉତ୍ତର ସୀମାରେ 60 ହଜାର ସେନା ମୁତୟନ ପରେ ଏବେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି । ଏହାରି ଭିତରେ ଆଜି ପୁଣି ଥରେ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ଭାରତ-ଚୀନ ସୀମା ବିବାଦ; ଆଜି ଚୁସୁଲରେ ବସିବ 7ମ ସ୍ତରୀୟ କମାଣ୍ଡରସ୍ତରୀୟ ବୈଠକ
ଭାରତ-ଚୀନ ସୀମା ବିବାଦ; ଆଜି ଚୁସୁଲରେ ବସିବ 7ମ ସ୍ତରୀୟ କମାଣ୍ଡରସ୍ତରୀୟ ବୈଠକ
author img

By

Published : Oct 12, 2020, 7:29 AM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସି ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ କରିବାକୁ ଚୀନ 60 ହଜାର ସେନା ମୁତୟନ କରିଛି । ଆଗୁଆ ପୋଷ୍ଟଗୁଡିକରେ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି । ଯାହାକୁ ନେଇ ତ୍ରୀବ ଉତ୍ତେଜନା ଦେଖାଦେଇଛି । ଚୀନର ଚାଲକୁ ପଣ୍ଡ କରିବାକୁ ଭାରତ ପୂର୍ବ ପ୍ରସ୍ତୁତି କରିଛି । ସେନା ପ୍ରତ୍ୟାହାର ନେଇ ଭାରତ ଚୀନକୁ କଡା ପ୍ରତିବାଦ କରିଆସୁଛି । ଏନେଇ ବହୁବାର ବୈଠକ ହୋଇଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏପରି ସ୍ଥିତିରେ ଆଜି ପୁଣି ଥରେ ଚୁସୁଲ ଠାରେ ସପ୍ତମ ଥର ଲାଗି କମାଣ୍ଡର ସ୍ତରୀୟ ଆଲୋଚନା କରାଯିବ । ଆଜିର ଆଲୋଚନା ନିର୍ଣ୍ଣାୟକ ହେବ ବୋଲି ଜଣାପଡିଛି ।

ସୋମବାର(ଆଜି) ମଧ୍ୟାହ୍ନ 12ଟା ସମୟରେ ଦୁଇ ଦେଶ ମଧ୍ୟରେ ଆଲୋଚନା କରାଯିବ । ଏଥିରେ ବୈଦେଶିକ ବ୍ୟାପର ମନ୍ତ୍ରୀ ନବୀନ ଶ୍ରୀବାସ୍ତବ ସାମିଲ ହେବେ । ଏହି ବୈଠକରେ ଶେଷ ଥର ପାଇଁ ଭାଗ ନେବେ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ।

ଶୁକ୍ରବାର ଚୀନ ଷ୍ଟଡି ଗ୍ରୁପ ଦିଲ୍ଲୀରେ ସାକ୍ଷାତକରି ଚୀନ ସହ ବୈଠକବେଳେ ସେନା ପ୍ରତ୍ୟାହାର କରିବା ନେଇ ମୁଖ୍ୟ ଆଭିମୁଖ୍ୟ ରଖିବ । ଏହି ଷ୍ଟଡି ଗ୍ରୁପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ତିନି ସେନା ମୁଖ୍ୟ ରହିଛନ୍ତି । ତେବେ ଯଦି କୌଣସି ସମାଧାନର ବାଟ ନ ଫିଟେ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା କରାଯାଉଛି ।

ସେପଟେ, ଗତକାଲି ଆମେରିକା ଏନଏସଏ ଭାରତକୁ ସତର୍କ କରାଇ କହିଥିଲେ,ଚୀନ ସହ ଆଲୋଚନା କଲେ କୌଣସି ସୁଫଳ ମିଳିବ ନାହିଁ । ଚୀନ ନିଜର ସାମରିକ ଶକ୍ତିବଳରେ ଏଲଏସକୁ ବଳପୂର୍ବକ ଦଖଲ କରିବାକୁ ଚେଷ୍ଟା କରିଛି । ସେପଟେ ଆଜି ଠାରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ଉପ ବିଦେଶ ସଚିବ ଷ୍ଟିପେନ ବିଗାନ । ଏହି ସମୟରେ ଚୀନର ଆକ୍ରମଣାତ୍ମକ ରଣନୀତିର ମୁକାବିଲା ନେଇ ଏସ.ଜୟଶଙ୍କର ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.