ETV Bharat / bharat

ପେଟ ଯନ୍ତ୍ରଣା ପାଇଁ ଆସିଥିଲେ ରୋଗୀ, ଡାକ୍ତର ଲେଖିଲେ ଅଜବ ମେଡିସିନ - use condom

ଝାଡଖଣ୍ଡରେ ଜଣେ ମହିଳାଙ୍କ ପେଟ ରୋଗ ଦୂର କରିବାକୁ କଣ୍ଡୋମ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 29, 2019, 7:24 PM IST

ରାଞ୍ଚି: ଝାଡଖଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କର ପେଟ ଯନ୍ତ୍ରଣା ଦୂର କରିବାକୁ ଔଷଧ ବଦଳରେ କଣ୍ଡୋମ ନେବାକୁ ଜଣେ ଡାକ୍ତର ଲେଖିଛନ୍ତି । ଯାହାଫଳରେ ଡାକ୍ତରଙ୍କୁ ଏବେ ଯାଞ୍ଚର ସାମ୍ନା କରିବାକୁ ପଡିଛି ।

ପଡୋଶୀ ରାଜ୍ୟର ପଶ୍ଚିମ ସିଂହଭୁମ ଜିଲ୍ଲାର ଘାଟଶିଳାସ୍ଥିତ ସରକାରୀ ହସ୍ପିଟାଲର ଜଣେ 4ର୍ଥ ଶ୍ରେଣୀ ମହିଳା କର୍ମଚାରୀ ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏନେଇ ସେ ଜୁଲାଇ 23 ତାରିଖରେ ଡାକ୍ତର ଅସରଫଙ୍କ ପାଖକୁ ଯାଇଥିଲେ । ହେଲେ ଡାକ୍ତର ଜଣଙ୍କ ମହିଳାଙ୍କୁ ଔଷଧ ଦେବା ବଦଳରେ ପ୍ରେସକିପସନରେ କଣ୍ଡୋମ ନେବାକୁ ଲେଖି ଦେଇଥିଲେ । ଏହାପରେ ମହିଳା ଜଣଙ୍କ ଔଷଧ ଦୋକାନକୁ ଯାଇଥିବାବେଳେ ଦୋକାନୀ ତାଙ୍କୁ ଏ ବାବଦରେ କହିଥିଲା।

ଯାହାକୁ ନେଇ ମହିଳା ଜଣଙ୍କ ବରିଷ୍ଠ ଚିକିତ୍ସକଙ୍କ ଆଗରେ ଅଭିଯୋଗ କରିଥିଲେ । ଘାଟଶିଳା ସବ ଡିଭିଜନାଲ ହସ୍ପିଟାଲର ପ୍ରଭାରୀ ଶଙ୍କର ଟୁଡୁଙ୍କ କହିବା ଅନୁସାରେ, ଅଭିଯୋଗକୁ ଆଧାର କରି ଏକ ମନୋଚିକିତ୍ସକଙ୍କ ସହିତ ଏକ ମେଡିକାଲ ଟିମ ଗଠନ କରାଯାଇ ରବିବାର ଠାରୁ ଏହାର ଯାଞ୍ଚ ଆରମ୍ଭ ହୋଇଯାଇଛି।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.