ETV Bharat / bharat

ଗୁରୁବାରଠୁ ତାମିଲନାଡୁର 3 ସହରରେ କଟକଣା କୋହଳ

author img

By

Published : Apr 29, 2020, 3:13 PM IST

ଦେଶବ୍ୟାପୀ ଜାରି ରହିଥିବା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ମେ 3 ରେ ଶେଷ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ବୁଧବାର ସନ୍ଧ୍ୟା ସୁଦ୍ଧା ତାମିଲନାଡୁର 3 ସହରରେ କୋହଳ ହେବାକୁ ଯାଉଛି କଟକଣା । ଅଧିକ ପଢନ୍ତୁ...

ଗୁରୁବାର ଠୁ ତାମିଲନାଡୁର 3 ସହରରେ କଟକଣା କୋହଳ

ଚେନ୍ନାଇ: ଦେଶବ୍ୟାପୀ ଲକଡାଉନ ମେ 3 ରେ ଶେଷ ହେବାକୁ ଯାଉଛି । ତାମିଲନାଡୁ ସରକାର କେତେକ ସହରରେ ଲକଡାଉନ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ସନ୍ଧ୍ୟା ସୁଦ୍ଧା ଚେନ୍ନାଇ, କୋଏମ୍ବାଟୁର ଓ ମଦୁରାଇ କଟକଣାରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।

ଏପ୍ରିଲ 26 ତାରିଖ ସୁଦ୍ଧା ଏହି ଅଞ୍ଚଳର ସ୍ଥିତିକୁ ଦେଖି ସରକାର ଏହି ତିନୋଟି ସହରରୁ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ 6ରୁ ସନ୍ଧ୍ୟା 5 ଯାଏଁ ଖୋଲା ରହିବ । ମେ 1 ତାରିଖରୁ ଦୋକାନଗୁଡିକ କେବଳ ସକାଳ 6 ରୁ ଅପରାହ୍ନ 1ଟା ମଧ୍ୟରେ କାର୍ଯ୍ୟ କରିବ ।

ସେପଟେ କଟକଣା ସତ୍ତ୍ବେ ସାମାଜିକ ଦୂରତ୍ବ ବଜାୟୀ ରଖିବାକପ ପଡିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏପରିକି ବାହାରକୁ ଗଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସୂଚନାଯୋଗ୍ୟ, ଗତ ଏପ୍ରିଲ 24 ତାରିଖରେ କୋରୋନା ସଂକ୍ରମଣ ଦୃଷ୍ଚିରେ ରଖି ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ବାମୀ ଚେନ୍ନାଇ, କୋଏମ୍ବୋଟୁର ଓ ମଦୁରାଇରେ ଲକଡାଉନକୁ କଡାକଡି କରିବାକୁ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.