ETV Bharat / bharat

ତାମିଲନାଡୁର ପ୍ରସିଦ୍ଧ ‘ଜଲିକାଟୁ’ ପର୍ବକୁ ସର୍ତ୍ତମୂଳକ ଅନୁମତି, ଜାରି ହେବ ଏସଓପି - କୋଭିଡ ଗାଇଡଲାଇନ

ତାମିଲନାଡୁର ପ୍ରସିଦ୍ଧ ଷଣ୍ଢ ଲଢେଇ ପର୍ବ ‘ଜଲିକାଟୁ’କୁ ସର୍ତ୍ତ ମୂଳକ ଅନୁମତି ଦେଇଛନ୍ତି ତାମିଲନାଡୁ ସରକାର । ପଢନ୍ତୁ ଅଧିକ.....

ତାମିଲନାଡୁର ପ୍ରସିଦ୍ଧ ‘ଜଲିକାଟୁ’ ପର୍ବକୁ ସର୍ତ୍ତମୂଳକ ଅନୁମତି , ଜାରି ହେବ ଏସଓପି

author img

By

Published : Dec 23, 2020, 8:37 PM IST

ଚେନ୍ନାଇ: ତାମିଲନାଡୁର ପ୍ରସିଦ୍ଧ ଷଣ୍ଢ ଲଢେଇ ପର୍ବ ‘ଜଲିକାଟୁ’କୁ ସର୍ତ୍ତ ମୂଳକ ଅନୁମତି ଦେଇଛନ୍ତି ତାମିଲନାଡୁ ସରକାର । ଏବର୍ଷ କୋଭିଡ ଗାଇଡଲାଇନ ସହ ପର୍ବ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ସର୍ବାଧିକ 300 ଶହ ପ୍ରତିଯୋଗୀ ଏଥିରେ ଭାଗ ନେଇ ପାରିବେ ବୋଲି ଗାଇଡଲାଇନ ଜାରି କରାଯାଇଛି । ସେହିପରି ଅନ୍ୟ ଏକ ପର୍ବ ‘ ଇର୍ଦ୍ଦୁ ଭିଦମ ନିଘାଚି’ ରେ ମଧ୍ୟ ମାତ୍ର 150 ଜଣ ପ୍ରତିଯୋଗୀଙ୍କୁ ଭାଗ ନେବା ପାଇଁ ଅନୁମତି ମିଳିଛି । ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଥିବା ସ୍ଥାନରେ ମଧ୍ୟ କୋଭିଡ ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରାଯିବା ନେଇ ପ୍ରସ୍ତୁତି କରାଯାଉଛି ।

ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ କୋଭିଡ ନେଗେଟିଭ ହେବା ବାଧ୍ୟତା ମୂଳକ କରାଯାଇଥିବାବେଳେ ସେମାନଙ୍କର ଥର୍ମାଲ ସ୍କାନିଂ ମଧ୍ୟ କରାଯିବ । ପ୍ରତିଯୋଗୀଙ୍କୁ ମଧ୍ୟ କୋଭିଡ ନେଗେଟିଭ୍ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡିବ । ରାଜ୍ୟରେ 253 ସରକାରୀ ଓ ସରକାର ସ୍ୱୀକୃତିପ୍ରାପ୍ତ ପାଥୋଲାବ ମଧ୍ଯ ଉପଲବ୍ଧ ଥିବା ସରକାର କହିଛନ୍ତି ।

ଦେଖିବାକୁ ଆସିବାକୁ ଥିବା ଦର୍ଶକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ଉପରେ ଗୁରୁତ୍ବ ଦିଆଯିବ । କୌଣସି ସ୍ଥାନରେ ଯେପରି ଆବଶ୍ୟକତା ଠାରୁ ଅଧିକ ଭିଡ ନହୁଏ ତା ପ୍ରତି ଆୟୋଜକ କମିଟି ଦୃଷ୍ଟି ଦେବାକୁ ଏସଓପିରେ ନିର୍ଦ୍ଦେଶ ରହିଛି । ଆସନ୍ତା ଜାନୁୟାରୀ ପହିଲାରୁ ଏହା ପାଇଁ ଏକ ପୃଥକ ଏସଓପି ମଧ୍ଯ ଜାରି କରିବା ନେଇ ରାଜ୍ୟ ସରକାର ବିଚାର କରୁଥିବା ଜଣାପଡିଛି ।

ତାମିଲନାଡୁର ଏହି ପାରମ୍ପରିକ ଷଣ୍ଢ ଲଢେଇ ପର୍ବ ‘ ଜଲିକାଟୁ’ ପୋଙ୍ଗଲ ପାଳନ ହେବା ସମୟରେ ପାଳନ ହୋଇଥାଏ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ମୁଖ୍ୟତଃ ଫସଲ ଅମଳ ହେବା ସମୟରେ ହିଁ ପାଳନ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.