ETV Bharat / bharat

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ବରଖାସ୍ତ ଦାବି କଲେ ଟିଏମସି ସାଂସଦ

author img

By

Published : Dec 30, 2020, 3:59 PM IST

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ବରଖାସ୍ତ ଦାବି । ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଲା ତୃଣମୂଳ ସଂସଦୀୟ ଦଳ । ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

West Bengal Governor
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକୋରଙ୍କୁ ବରଖାସ୍ତ ଦାବି କଲେ ଟିଏମସି ସାଂସଦ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ବରଖାସ୍ତ ଦାବି । ଏ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ତୃଣମୂଳ ସଂସଦୀୟ ଦଳ । ରାଜ୍ୟପାଳ ସାମ୍ବିଧାନର ସୁରକ୍ଷା ଓ ସୁପ୍ରିମକୋର୍ଟର ଆଇନ ବ୍ୟବସ୍ଥାକୁ ପାଳନ କରିବାରେ ବିଫଳ ହୋଇଥିବା ଉଲ୍ଲେଖ କରିଛନ୍ତି ।

ରାଜ୍ୟପାଳ ଜଗଦୀପ ଧନକରଙ୍କୁ ବରଖାସ୍ତ କରିବା ପାଇଁ ତୃଣମୂଳ କଂଗ୍ରେସ ସଂସଦୀୟ ଦଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଟିଏମସି ଏମପି ସୁଖେନ୍ଦୁ ଶେଖର ରୟ, ଏମପି ସୁଦୀପ ବନ୍ଦୋପାଧୟ,ଏମପି ଡେରିକ ଓ ବ୍ରାୟନ,ଏମପି କଲ୍ୟାଣ ବାନାର୍ଜୀ ଓ ଏମପି କାକୋଲି ଘୋଷ ପ୍ରମୁଖ ରାଷ୍ଟ୍ରପତିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଥିବା ବିଲ ଗୁଡିକୁ ରାଜ୍ୟପାଳ ପାସ କରୁନଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ କେନ୍ଦ୍ର ସରକାରଙ୍କ ଇସାରାରେ ରାଜ୍ୟପାଳ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି । ରାଜ୍ୟପାଳ ସାମ୍ବିଧାନର ସୁରକ୍ଷା ଓ ସୁପ୍ରିମକୋର୍ଟର ଆଇନ ବ୍ୟବସ୍ଥାକୁ ପାଳନ କରିବାରେ ବିଫଳ ହୋଇଛନ୍ତି ବୋଲି ଟିଏମସି ସଂସଦୀୟ ଦଳ କହିଛି ।

ସୂଚନାଥାଉକି ପଶ୍ଚିମବଙ୍ଗରେ 2021ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ରାଜ୍ୟପାଳଙ୍କୁ ବରଖାସ୍ତ କରିବା ପାଇଁ ଦାବି କରିଛନ୍ତି । ରାଜ୍ୟରେ ରାଜ୍ୟପାଳ ଜଗଦୀପ ଧନକର ନିଯୁକ୍ତ ହେବା ଦିନ ଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଲଢେଇ ତୀବ୍ରତର ହେବାରେ ଲାଗିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.