ETV Bharat / bharat

ପଶ୍ଚିମବଙ୍ଗର କୋରୋନା ବେବିକୁ ନେଇ ଚର୍ଚ୍ଚା, ମମତା ଦିଦି କରିବେ ନାମକରଣ

author img

By

Published : May 8, 2020, 11:14 AM IST

ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ଅରାମବାଗରୁ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଗୁରୁବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଯାହାର ନାମ 'କୋରୋନା' ରଖିଛନ୍ତି।

tmc-mp-aparupa-poddar
ପଶ୍ଚିମବଙ୍ଗର କୋରୋନା ବେବିକୁ ନେଇ ଚର୍ଚ୍ଚା, ମମତା ଦିଦି କରିବେ ନାମକରଣ

କୋଲକାତା: ମାତୃତ୍ଵର ମହାନତା ସାମ୍ନାରେ ମହାମାରୀ ବି ନିରବି ଯିବାର ଗୁରୁତ୍ବ ରଖେ ! ଯଦିଓ ବିଶ୍ଵରେ କୌଣସି ମହାମାରୀର ନାଁକୁ ଆଧାର କରି ନବଜାତକର ନାମକରଣ କରାଯାଏ, ତେଵେ ସାମ୍ପ୍ରତିକ ପରିସ୍ଥିତିରେ କୋଲକାତାର ଏହି ଘଟଣା ସାମ୍ନାକୁ ଆସୁଛି। ଦମ୍ପତିଙ୍କ ନିଵେଦନ ଏବଂ ଅଭିପ୍ରାୟ ହେଉଛି, ଝିଅକୁ ଖୋଦ୍ ମୁଖ୍ୟମନ୍ତ୍ରୀ ହାତରେ ଧରିବେ। ଆଉ ତାର ନାମକରଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିବେ। ଜନ୍ମିତ ଶିଶୁକନ୍ୟାର ନାଁ କୋରୋନା ରଖାଯିଵ।

ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ଅରାମବାଗରୁ ଥରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ହୋଇଥିବା ନେତ୍ରୀ ଗୁରୁବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏବଂ ଏହାର ନାମ 'କୋରୋନା' ରଖିଛନ୍ତି। ପୋଦ୍ଦାର ତାଙ୍କର ଦ୍ୱିତୀୟ ଶିଶୁକୁ ହୁଗଲି ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ପ୍ରସବ କରିଥିଲେ।

ଶିଶୁକୁ ପ୍ରସବ କରିବାର କିଛି ଘଣ୍ଟା ପରେ ପୋଦ୍ଦାର କହିଛନ୍ତି, “ମୁଁ ସମ୍ପୂର୍ଣ୍ଣ ଆନନ୍ଦିତ ଅଟେ। ଶିଶୁକୁ ସ୍ୱାଗତ କରିବାକୁ ମୁଁ ଏବଂ ମୋର ସ୍ୱାମୀ ବହୁତ ଉତ୍ସାହିତ। ଉଭୟ ଶିଶୁ ଏବଂ ମୁଁ ଭଲ ଅଛୁ।

ପୋଦ୍ଦାରଙ୍କ ସ୍ୱାମୀ ତଥା ଶିଶୁର ପିତା ଶାକିର୍ ଅଲି କହିଛନ୍ତି, ଶିଶୁଟି କୋରୋନା ମହାମାରୀ ମଧ୍ୟରେ ଜନ୍ମ ହୋଇଥିବାରୁ ତାଙ୍କୁ କୋରୋନା ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛୁ। ପରେ ଆମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ନାମ ଦେବାକୁ ଅନୁରୋଧ କରି ଘରକୁ ଡାକିବୁ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.