କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକ ତମୋନାଶ ଘୋଷଙ୍କ ଦେହାନ୍ତ । ସେ କୋରୋନା ପଜେଟିଭ୍ ଥିବାବେଳେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ହସ୍ପିଟାଲରେ ତାଙ୍କର 60 ବର୍ଷ ବୟସରେ ଦେହାନ୍ତ ହୋଇଛି ।
ମେ 24 ତାରିଖରେ ସେ କୋଭିଡ୍ ପଜେଟିଭ୍ ହୋଇଥିବା ଜଣାପଡିବା ପରେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ, ତାଙ୍କର ଅଧିକାଂଶ ଅଙ୍ଗ କାମ ନକରିବାରୁ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ହାର୍ଟ, କିଡନୀ, ଲିଭର ଓ ଫୁସଫୁସ କାମ କରୁନଥିଲା । ଗତ 3 ଦିନ ହେବ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରେ ଲାଗିଥିଲା ।
ସେ 2011 ମସିହାରୁ ଫଲତା ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ