ETV Bharat / bharat

ସିପିଆଇ, ଏନସପି ଓ ଟିଏମସି ହରାଇ ପାରନ୍ତି ଜାତୀୟ ଦଳର ସ୍ଥିତି

author img

By

Published : Jul 17, 2019, 12:59 PM IST

ଜାତୀୟ ରାଜନୈତିକ ଦଳ ତାଲିକାରେ କେଉଁ ଦଳ ରହିବ ଆଉ କେଉଁ ଦଳ ନିଜର ସ୍ଥିତି ହରାଇବ ସେନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ନିର୍ବାଚନରେ ଜାତୀୟ ଦଳର ପ୍ରଦର୍ଶନକୁ ଲକ୍ଷ ରଖି ନିର୍ବାଚନ ଆୟୋଗ ନେବ ବଡ ନିଷ୍ପତ୍ତି । ତେବେ ଜାତୀୟ ଦଳ ତାଲିକାରେ ସାମିଲ ନହୋଇପାରନ୍ତି ସିପିଆଇ, ଏନସପି ଓ ଟିଏମସି । କାରଣ ନିର୍ବାଚନ ଆୟୋଗ ଦ୍ବାରା ଉକ୍ତ ଦଳକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଅନେକ ରାଜନୈତିକ ଦଳ ଦୁର୍ବଳ ପ୍ରଦର୍ଶନ ହେତୁ ରାଷ୍ଟ୍ରୀୟ ଦଳର ମାନ୍ୟତା ହରାଇ ପାରନ୍ତି । ଏହି ଦଳ ମଧ୍ୟରେ ଏନସିପି, ତୃଣମୂଳ କଂଗ୍ରେସ ଏବଂ ସିପିଆଇ ଭଳି ରାଜନୈତିକ ଦଳ ଗୁଡ଼ିକର ନାମ ଆଗରେ ରହିଥିବା ଏକ ଜଣାପଡ଼ିଛି । ସୂତ୍ରାନୁସାରେ, ନିର୍ବାଚନ ଆୟୋଗ ଆଗାମୀ ଦିନରେ ଉକ୍ତ ରାଜନୈତିକ ଦଳକୁ କାରଣ ଦର୍ଶାଅ ନୋଟିସ ପଠାଇପାରେ । ସେମାନଙ୍କୁ ନୋଟିସ ଜରିଆରେ ଏହା ମଧ୍ୟ ପ୍ରଶ୍ନ କରାଯିବ ଯେ ସେମାନେ ପାଇଥିବା ଜାତୀୟ ଦଳର କ୍ଷମତାକୁ ଛଡାଇ ଦିଆଯାଇ ପାରେ କି ?

2014 ଲୋକସଭା ନିର୍ବାଚନରେ ସିପିଆଇ, ବସପା ଏବଂ ଏନସିପି ଖରାପ ପ୍ରଦର୍ଶନ ପରେ ମଧ୍ୟ ଜାତୀୟଦଳର କ୍ଷମତା ହରାଇବାର ଭଳି ସମସ୍ୟାର ସମ୍ମୁଖିନ ହୋଇଥିଲା । ତଥାପି ସେମାନଙ୍କୁ 2019 ଲୋକସଭା ନିର୍ବାଚନରେ ଜାତୀୟ ଦଳ ଭାବେ ଅନୁମତି ଦେଇଥିଲା ନିର୍ବାଚନ ଆୟୋଗ । କାରଣ ନିର୍ବାଚନ ଆୟୋଗ ନିଜର ନିୟମକୁ ସଂଶୋଧିତ କରିବାକୁ ଯାଇ କହିଥିଲେ ଯେ ଜାତୀୟ ଦଳର ସ୍ତର ପ୍ରତି 5 ବର୍ଷ ନୁହେଁ ବରଂ ପ୍ରତି 10 ବର୍ଷର ଅନ୍ତରାଳରେ ସମୀକ୍ଷା କରାଯିବ । ବସପା ପାଖରେ ବର୍ତ୍ତମାନ 10 ଲୋକସଭା ଆସନ ଏବଂ କିଛିଟା ବିଧାନସଭା ଆସନ ରହିଛି । ତେଣୁ ଏବେ ଉକ୍ତ ଦଳର ମୁଖ୍ୟ ସମସ୍ୟା ହଟିଯାଇଛି ।

1968, ନିର୍ବାଚନ ମାପଦଣ୍ଡ ଅନୁସାରେ (ଆରକ୍ଷଣ ଏବଂ ଆବଣ୍ଟନ) ନିର୍ଦ୍ଦେଶ ଅନୁସାରେ, ଯେଉଁ ଦଳ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ 4ରୁ ଅଧିକ ରାଜ୍ୟରେ ଅତିକମରେ 6 ପ୍ରତିଶତ ଭୋଟ ହାସଲ କରିବ ସେହି ରାଜନୈତିକ ଦଳକୁ ଜାତୀୟ ଦଳ ଭାବେ ବିବେଚିତ କରାଯାଏ । ତାହା ଛଡା ଲୋକସଭାରେ ଉକ୍ତ ଦଳ ପକ୍ଷରୁ ଅତିକମରେ 4ଟି ସାଂସଦ ହେବା ନିହାତି ଆବଶ୍ୟକ । ସେହିପରି ଦଳ ପାଖରେ ମୋଟ ଲୋକସଭା ଆସନ ମଧ୍ୟରୁ ଅତିକମରେ 2 ପ୍ରତିଶତ ଆସନ ରହିଥିବ ଏବଂ ଉକ୍ତ ଦଳର ପ୍ରାର୍ଥୀମାନେ ମଧ୍ୟ ଅତିକମରେ 3ଟି ରାଜ୍ୟରୁ ଆସିବା ଦରକାର । ଏସବୁ ନିୟମକୁ ନଜରରେ ରଖି ଗୋଟିଏ ଦଳରୁ ଜାତୀୟ ରାଜନୈତିକ ଦଳ ଭାବେ ଘୋଷଣା କରାଯାଏ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.