ତିରୁପତି: ଗାନ୍ଧୀଙ୍କ ସ୍ବଚ୍ଛ ଭାରତ ସ୍ବପ୍ନ । ଯେଉଁଠି କେବଳ ଭରପୁର ରହିବ ପ୍ରକୃତିର ଅବଦାନ। ହେଲେ ବାପୁଙ୍କ ଏହି ସ୍ବପ୍ନରେ କଣ୍ଟା ସାଜିଛି ପ୍ଲାଷ୍ଟିକ। ଟେକ୍ନୋଲୋଜିର ବିକାଶ ସଙ୍ଗେ ବିକଶିତ ହୋଇଛି ପ୍ଲାଷ୍ଟିକ ବ୍ୟବହାର । ବର୍ତ୍ତମାନ ତ ସବୁ କ୍ଷେତ୍ରରେ ପ୍ଲାଷ୍ଟିକ ଏପରି ଲୋଡା ହେଉଛି ଯେମିତି ଏହା ବିନା ଘରୁ ବାହାରିବା କଷ୍ଟକର । ସେପଟେ, ପ୍ଲାଷ୍ଟିକକୁ ମାଟିରେ ସହଜରେ ମିଶିପାରେ ନାହିଁ ।
ଏହି ପ୍ଲାଷ୍ଟିକକୁ ମୂଳୋତ୍ପାଟନ କରିବାର ସାହାସ ଦେଖାଇଛି ଆନ୍ଧ୍ରପ୍ରଦେଶର ଆଧ୍ୟାତ୍ମିକ ସହର ତିରୁପତି । ବର୍ତ୍ତମାନ ଏହି ସହରରେ ହ୍ରାସ ପାଇବାରେ ଲାଗିଛି ପ୍ଲାଷ୍ଟିକର ବହୁଳ ବ୍ୟବହାର । ଏପରି ଏଠାକାର ସ୍ଥାନୀୟ ବାସିନ୍ଦା ପ୍ଲାଷ୍ଟିକ ବିକଳ୍ପ ମଧ୍ୟ ବାହାର କରିପାରିଛନ୍ତି । ପରିବେଶ ପାଇଁ ନିଜର ସହଭାଗିତା ଦେଖାଇ ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। 3.5 ଲକ୍ଷ ସ୍ଥାନୀୟ ବାସିନ୍ଦାକୁ ଛାଡିଥିଲେ, ପ୍ରତିଦିନ ତିରୁପତିକୁ ଲକ୍ଷ ଲକ୍ଷ ଭକ୍ତ ଆସିଛନ୍ତି। ଫଳରେ ଦିନ ହେଉ କି ରାତି ସହରରେ ଶହ ଶହ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଜମା ହୋଇଥାଏ । ଯାହାକୁ ନେଇ ଏହି ନଗର ନିଗମ ପ୍ଲାଷ୍ଟିକ ବିପକ୍ଷରେ କାମ ଆରମ୍ଭ କରିଦେଇଛି । ଏପରିକ ସ୍ବଚ୍ଛ ସହର ମଧ୍ୟରେ ତିରୁପତି ଦେଶର 10 ସ୍ଥାନ ଅକ୍ତିଆର କରିପାରିଛି ।
ଅକ୍ଟୋବର 2, 2018ରେ ପ୍ଲାଷ୍ଟିକ ବ୍ୟାନ ପାଇଁ ନିଷ୍ପତ୍ତି ନେଇଥିଲା ମହାନଗର ନିଗମ । କିନ୍ତୁ ବ୍ୟାନ ପୂର୍ବରୁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ କେତେ ବିପଦଜ୍ଜନକ ସେନେଇ, ବିଭିନ୍ନ ସ୍କୁଲ, କଲେଜ ଓ ଅଫିସ ଗୁଡିକରେ ରାଲି, କାର୍ଯ୍ୟକ୍ରମ ଓ ରାଉଣ୍ଡ ଟେବୁଲ ବୈଠକ ଆଦି ଆୟୋଜନ କରି ଲୋକଙ୍କୁ ସଚେତନ କରାଯାଇଥିଲା ।
‘ପ୍ଲାଷ୍ଟିକ ବହିକରଣ ଜୟଭେରୀ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି ମହାନଗର ନିଗମ । ଗତ ଅକ୍ଟୋବରରୁ ଏହା ଆରମ୍ଭ ହୋଇଥିବାବେଳେ, ସ୍ବଇଚ୍ଛାରେ ଲୋକେ ପ୍ଲାଷ୍ଟିକ ବ୍ୟାଗକୁ ମହାନଗର ନିଗମର ରିସାଇକ୍ଲିନ ବିଭାଗକୁ ହସ୍ତାନ୍ତର କରିଥାନ୍ତି । ଆଉ ପ୍ଲାଷ୍ଟିକ ବ୍ୟାନ ହେବା ପରେ ଏହାର ବିକଳ୍ପ ଭାବେ ସ୍ବେଚ୍ଛାସେବୀ ସଙ୍ଗଠନକୁ ଏକ ଦାୟିତ୍ବ ଦେଇଛି ମହାନଗର ନିଗମ । ଯିଏ କି କାଗଜରୁ କପଡା ଓ ଫାଇବରରୁ ବ୍ୟାଗ ପ୍ରସ୍ତୁତ କରୁଛନ୍ତି। ଏହା ଦ୍ବାରା ମହିଳାମାନେ 2 ପଇସା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି ।
ସହରର ବିଭିନ୍ନ ସ୍ଥାନରେ ଜୋତା ଓ କପଡା ବ୍ୟାଗ ବିକ୍ରି କରାଯାଉଛି । ଆଉ ଏଥିପାଇଁ ନଗମ ନିଗମ ଅଞ୍ଚଳର ମିଶନ ଫର ଏଲିମିନେସ ଅଫ ପୋଭଟୀ(MEPMA) ପାଣ୍ଠି ସଂଗ୍ରହ କରିଥାଏ । ଏହା ସହ ବିଭିନ୍ନ ବିଶେଷଜ୍ଞ ମଧ୍ୟ ଏହି ପ୍ରୟାସରେ ସହଯୋଗ କରୁଛନ୍ତି । ରାମଚନ୍ଦ୍ରପୁରର ଅକ୍ଷୟ କ୍ଷେତ୍ରମ, ଚିତ୍ତୋର ଜିଲ୍ଲା ଏହା କାର୍ଯ୍ୟ କରୁଛନ୍ତି ।
ଏହି ବ୍ୟାଗଗୁଡିକ ତିରୁମାଳା-ତିରୁପତି ଦେବାସ୍ଥନମ ପ୍ରସାଦ ସେଣ୍ଟରରେ ବିକ୍ରି କରାଯାଏ । ବର୍ତ୍ତମାନ ଶ୍ରଦ୍ଧାଳୁଙ୍କୁ ମାତ୍ର 2ଟି ମନ୍ଦିରର ସେଣ୍ଟରରେ ବ୍ୟାଗ ଗୁଡିକୁ ଦିଆଯାଉଛି । ତିରୁପତିର ଏହି ଉଦ୍ୟମକୁ ଦେଶର ବିଭିନ୍ନ କୋଣ-ଅନୁକୋଣରୁ ପ୍ରଶଂସା କରାଯାଉଛି । ଆଉ ଏହା ଦ୍ବାରା କେତେକଙ୍କୁ ଜୀବିକା ମଧ୍ୟ ମିଳିପାରିଛି ।