ହାଇଦ୍ରାବାଦ୍:ଲକଡାଉନ୍ ହଟାଯିବା ପରେ ପ୍ରଥମ ଥର ପାଇଁ ତିରୁମାଲା ପ୍ରଭୁ ବାଲାଜୀ ମନ୍ଦିର ଦିନକୁ 1.02 କୋଟି ଟଙ୍କା ଆୟ କରିଛି। ଏନେଇ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ସୂଚନା ଦେଇଛି।ଏଠାରେ ଥିବା ଭକ୍ତମାନଙ୍କୁ କୋଭିଡ୍ ସଙ୍କଟ ମଧ୍ୟରେ ମନ୍ଦିର ପରିଦର୍ଶନ କରିବାକୁ ବାରଣ କରାଯାଇଥିଲା। ପ୍ରକାଶ ଥାଉକି, ଜୁନ୍ 11 ରେ ତୀର୍ଥଯାତ୍ରୀମାନଙ୍କ ପାଇଁ ମନ୍ଦିର ଖୋଲିଛି ।
ଦୀର୍ଘ 5 ମାସର ବ୍ୟବଧାନରେ ମନ୍ଦିର ଖୋଲିବା ପରେ ହୁଣ୍ଡି ଆୟ ଗୋଟିଏ ଦିନରେ ପ୍ରଥମ ଥର ପାଇଁ 1 କୋଟି ଟଙ୍କା ଅତିକ୍ରମ କରିଛି। ଶନିବାର ପ୍ରାୟ 13,486 ଭକ୍ତ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ରବିବାର ଦିନ ସେମାନଙ୍କର ଦାନ ଅର୍ଥର ଗଣନା କରାଯାଇଥିଲା ବୋଲି ଟିଟିଡି ପକ୍ଷରୁ ପ୍ରକାଶ କରିଛି।