ETV Bharat / bharat

ତିରୁମାଲା ତିରୁପତି ଦେବସ୍ଥାନମ କର୍ମଚାରୀ କୋରୋନା ପଜିଟିଭ

author img

By

Published : Jun 12, 2020, 7:48 PM IST

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ଜଣେ କର୍ମଚାରୀ ଶୁକ୍ରବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ଶ୍ରୀ ଗୋବିନ୍ଦ ରାଜ ସ୍ବାମୀ ମନ୍ଦିରକୁ ଶ୍ରଦ୍ଧାଙ୍କୁ ପାଇଁ 2 ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ପଜିଟିଭ ଚିହ୍ନଟ କର୍ମଚାରୀ ଜଣକ ଟିଟିଡିର ସ୍ବାସ୍ଥ୍ୟ ବିଭାଗ ସହ କାମ କରୁଥିଲେ । ଅଧିକ ପଢନ୍ତୁ...

Tirumala Tirupati Devasthanam employee Corona Positive
ତିରୁମାଲା ତିରୁପତି ଦେବସ୍ଥାନମ୍ କର୍ମଚାରୀ କୋରୋନା ପଜିଟିଭ

ତିରୁପତି: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ଜଣେ କର୍ମଚାରୀ ଶୁକ୍ରବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ଶ୍ରୀ ଗୋବିନ୍ଦ ରାଜ ସ୍ବାମୀ ମନ୍ଦିରକୁ ଶ୍ରଦ୍ଧାଙ୍କୁ ପାଇଁ 2 ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ପଜିଟିଭ ଚିହ୍ନଟ କର୍ମଚାରୀ ଜଣକ ଟିଟିଡିର ସ୍ବାସ୍ଥ୍ୟ ବିଭାଗ ସହ କାମ କରୁଥିଲେ ।

ତିରୁମାଲା ସ୍ଥିତ ଭଗବାନ ଭେଙ୍କଟେଶ୍ବର ମନ୍ଦିରର ମଧ୍ୟ ପରିଚାଳନା ଦାୟିତ୍ବ ସମ୍ଭାଳୁଥିବା ଟିଟିଡିରେ ପ୍ରାୟ 7 ହଜାର ସ୍ଥାୟୀ କର୍ମଚାରୀ ନିୟୋଜିତ ଅଛନ୍ତି । ସେହିପରି ମନ୍ଦିର ବାହାରେ ମଧ୍ୟ ପ୍ରାୟ 12 ହଜାର କର୍ମଚାରୀ ନିୟୋଜିତ ଅଛନ୍ତି । ଲକଡାଉନର ପ୍ରାୟ ଅଢେଇ ମାସ ପରେ ସେମାବାର ରାଜ୍ୟର ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଥିଲା । ତେବେ ମନ୍ଦିରର କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ ମନ୍ଦିରକୁ ପୁଣି ଥରେ ବନ୍ଦ କରାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ମନ୍ଦିରରେ ଦୈନିକ ପୂଜାର୍ଚ୍ଚନା ଜାରି ରହିଛି ।

ଏହା ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ତିରୁମାଲା ତିରୁପତି ଦେବସ୍ଥାନମରେ ଦର୍ଶନ ପାଇଁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିସହ ଦର୍ଶନ ପାଇଁ ଲାଇନରେ ଛିଡା ହେବା ପୂର୍ବରୁ ସାନିଟାଇଜ ହେବା ଜରୁରୀ । ଟିଟିଡି ମନ୍ଦିର ପରିସରକୁ ସ୍ପର୍ଶମୁକ୍ତ ପରିସରରେ ପରିଣତ କରିଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ କିମ୍ବା ତୀର୍ଥଯାତ୍ରୀ ଲାଇନକୁ ଆସିବା ପରେ କୌଣସ ଜିନିଷ ପାଇଁ କୌଣସି ସ୍ଥାନକୁ ଛୁଇଁବାକୁ ପଡିବନାହିଁ । ସେହିପରି ଶ୍ରଦ୍ଧାଳଙ୍କୁ ଲାଇନରେ ଛିଡା ହେବା ସମୟରେ ନିଜ ମଧ୍ୟରେ ଅତି କମରେ 5ରୁ 6 ଫୁଟର ଦୂରତା ବଜାୟ ରଖିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.