ETV Bharat / bharat

ଲକଡାଉନ ପ୍ରଭାବ: ବଢୁଛି କି ଆପଣଙ୍କ ଓଜନ ?

ଲକଡାଉନ ସମୟରେ ନିଜକୁ ଫିଟ ରଖିବା ଆବଶ୍ୟକ । ଆଉ ଏଥିପାଇଁ ଆପଣଙ୍କୁ ସଠିକ ଖାଦ୍ୟପେୟର ଜରୁରୀ ରହିଛି । ଅଧିକ ପଢନ୍ତୁ...

author img

By

Published : Apr 18, 2020, 6:36 AM IST

ଲକଡାଉନ ପ୍ରଭାବ: ବଢୁଛି କି ଆପଣଙ୍କ ଓଜନ ?
ଲକଡାଉନ ପ୍ରଭାବ: ବଢୁଛି କି ଆପଣଙ୍କ ଓଜନ ?

ହାଇଦ୍ରାବାଦ: ଲକଡାଉନ । କେବଳ ଦେଶ ନୁହେଁ ସମଗ୍ର ବିଶ୍ବ ହୋଇଛି ଲକଡାଉନ । କାରଣ ସୁରକ୍ଷିତ ରହିବାକୁ ହେଲେ ଘରେ ରହିବା ଶ୍ରେୟସ୍କର । ବିଭିନ୍ନ କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମର ସୁବିଧା ଉପଲବ୍ଧ କରିଛନ୍ତି । ତେବେ ପୂର୍ବରୁ ନିଜର ବ୍ୟସ୍ତବହୁଳ ଜୀବନରେ ଲୋକେ ଠିକ ସମୟରେ ଖାଇବାକୁ ସମୟ ପାଉନଥିଲେ । ହେଲେ ଆଜି ଲକଡାଉନରେ ସେମାନଙ୍କ ପାଖରେ ଭରପୂର ସମୟ । ଆଉ ସେଥିପାଇଁ ତ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଉଛି ଖାଇବାର ଭଳିକି ଭଳି ଆଇଟମର ଫଟୋ ।

ହେଲେ ଲକଡାଉନ ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । ନହେଲେ ଲକଡାଉନ ସରିବା ପରେ ଆପଣ ନିଜ ଓଜନ ବଢାଇବା ସହିତ ଅସ୍ବାସ୍ଥ୍ୟକର ଜୀବନଶୈଳୀ ତଥା ଅଳସୁଆମିର ଶିକାର ହୋଇପାରନ୍ତି । ସବୁଠୁ ବଡ କଥା ହେଉଛି ଲକଡାଉନ ଖୋଲିବା ପରେ ଆପଣଙ୍କୁ ସମୟାଭାବ ହୋଇପାରେ । ଫଳରେ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ସମ୍ଭାବନା ରହିଛି । ଆପଣ ପୂର୍ବଭଳି ନିଜ କାର୍ଯ୍ୟବ୍ୟସ୍ତ ଜୀବନରୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡିବ ।

ତେବେ ଲକଡାଉନ ସମୟରେ ନିଜକୁ ଫିଟ ରଖିବା ଆବଶ୍ୟକ । ଆଉ ଏଥିପାଇଁ ଆପଣଙ୍କୁ ସଠିକ ଖାଦ୍ୟପେୟର ଜରୁରୀ ରହିଛି । ପୁରା ଦିନ ଘରେ ରହିବା ଅର୍ଥ ଆପଣଙ୍କୁ ବାରମ୍ବାର ଭୋକ ଲାଗିବା ସ୍ବାଭାବିକ । ଫଳରେ ଅଧିକ ଖାଇବା ଦ୍ବାରା ଆପଣ ମେଦବହୁଳତାର ଶିକାର ହେବାର ଆଶଙ୍କା ରହିଛି । ତେବେ ଆମେ ଆପଣଙ୍କୁ ଖାଇବାକୁ ମନା କରିବୁନି । ମାତ୍ର ଆପଣ ଅଧିକ ଖାଆନ୍ତୁ ନାହିଁ । ଅର୍ଥାତ ପେଟ ପୁରା ଖାଆନ୍ତୁ ନାହିଁ । ଅଳ୍ପ ଅଳ୍ପ ଖାଆନ୍ତୁ । ବାରମ୍ବାର ଓ ସଠିକ ସମୟ ବ୍ୟବଧାନରେ ଖାଆନ୍ତୁ ।

ଏହାସହ ତେଲଜାତୀୟ ଦ୍ରବ୍ୟଠାରୁ ସବୁବେଳେ ଦୂରରେ ରହନ୍ତୁ । ଖାଇବା ପରେ ଗରମ ପାଣି ପିଅନ୍ତୁ । ଏହାସହ ଚାହା ଅଭ୍ୟାସ ଥିବା ଲୋକଙ୍କ ବାରମ୍ବାର ଚାହା କିମ୍ବା କଫି ପିଇବା ବଦଳରେ ଗ୍ରୀନ ଟି ଆପଣାନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ଉଷୁମ ଲେମ୍ବୁ ପାଣି ପିଅନ୍ତୁ । ସବୁଜ ପନିପରିବା ଅଧିକ ଖାଆନ୍ତୁ । କଞ୍ଚା ପନିପରିବା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ । ଏହାସହ ଫଳ ଭଲ ଭାବେ ଧୋଇ ଖାଆନ୍ତୁ । ରାତିରେ ଶିଘ୍ର ଖାଇବାର ଅଭ୍ୟାସ କରନ୍ତୁ । ସବୁଠୁ ବଡ କଥା ଟିଭି ଦେଖି କେବେ ଖାଆନ୍ତୁ ନାହିଁ । ଏହି ସମୟରେ ଆପଣ ଅଜାଣତରେ ଅଧିକ ଖାନା ଖାଇ ଦିଅନ୍ତି । ତେଣୁ ଘରେ ରହନ୍ତୁ ଅଳ୍ପ ଖାଆନ୍ତୁ ସୁସ୍ଥ ରହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.